fbpx
BSKY SKY
BSKY SKY

କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ: କୋର୍ଟଙ୍କ ରାୟକୁ ଅପେକ୍ଷା

BSKY

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା । କୌଣସି ମୁହୂର୍ତ୍ତରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଜାମିନ ଆବେଦନ କରି ଲାହୋର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଗିରଫ ପାଇଁ ସମସ୍ତ ପ୍ରସ୍ତୁତି କରି ନେଇଛି ଏଫଆଇଏ । ବର୍ତ୍ତମାନ କେବଳ କୋର୍ଟଙ୍କ ରାୟକୁ ଅପେକ୍ଷା ରହିଛି ।

ପାକିସ୍ତାନ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ସାମନାରେ ହିଂସାତ୍ମକ ପ୍ରଦର୍ଶନ ମାମଲାରେ ଫସି ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ତେଣୁ କୌଣସି ବି ମୁହୂର୍ତ୍ତରେ ଇମ୍ରାନ ଖାନଙ୍କୁ ଗିରଫ କରିପାରେ ଏଫଆଇଏ । ଗତବର୍ଷ ନିଷିଦ୍ଧ ବିତ୍ତପୋଷଣ ମାମଲାରେ ଇମ୍ରାନଙ୍କୁ ଆଯୋଗ୍ୟ ଘୋଷଣା କରିଥିଲା ନିର୍ବାଚନ ଆୟୋଗ । ଏହାପରେ ପାକିସ୍ତାନ ତହରୀଫ-ଏ-ଇନସାଫ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ତେବେ ଏହି ମାମଲାରେ ଜାମିନ ଆବେଦନର ଶୁଣାଣି ପାଇଁ ଇମ୍ରାନ ଅଦାଲତରେ ହାଜର ହେବାର ସମ୍ଭାବନା ରହିଛି । ନ୍ୟାୟମୂର୍ତ୍ତି ତାରିକ ସଲୀଳ ଶେଖ ଏହି ମାମଲାର ଶୁଣାଣି କରୁଛନ୍ତି । ତେବେ ଏଡି ଶୁଣାଣି ପୂର୍ବରୁ ନ୍ୟାୟାଳୟର ମୁଖ୍ୟ ଦ୍ୱାରରେ ପୋଲିସକର୍ମୀଙ୍କୁ ନିୟୋଜିତ କରିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Get real time updates directly on you device, subscribe now.