fbpx

ରକ୍ତରୁ ବ୍ୟାଡ୍ କୋଲେଷ୍ଟ୍ରଲକୁ ଛାଣି ଦିଏ ଏହି ଖାଦ୍ୟ, ଉଚ୍ଚରକ୍ତଚାପ ସହ ହାର୍ଟ ଆଟାକ୍ ଦୂର କରେ

Advertisement

ଭୁବନେଶ୍ୱର : ରକ୍ତରେ କୋଲେଷ୍ଟ୍ରଲ ସ୍ତର ଠିକ୍ ରହିଲେ, ଶରୀର ଏକଦମ୍ ଫିଟ୍ ରୁହେ । ରକ୍ତରେ ଦୁଇ ପ୍ରକାର କୋଲେଷ୍ଟ୍ରଲ ଥାଏ । ଗୋଟିଏ ହେଉଛି ଗୁଡ୍ କୋଲେଷ୍ଟ୍ରଲ ଏବଂ ବ୍ୟାଡ୍ କୋଲେଷ୍ଟ୍ରଲ । ବ୍ୟାଡ୍ କୋଲେଷ୍ଟ୍ରଲ ବିପଦଜନକ ବୋଲି କୁହାଯାଏ । ଧମନୀରେ ବ୍ୟାଡ୍ କୋଲେଷ୍ଟ୍ରଲର ମାତ୍ରା ବଢିବା ଦ୍ୱାରା ହାର୍ଟ ପାଖକୁ ସଠିକ୍ ମାତ୍ରାରେ ରକ୍ତ ସଞ୍ଚାଳନ ହୁଏ ନାହିଁ, ଯାହ ଫଳରେ ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକ ହେବାର ସମ୍ଭାବନା ରହିଥାଏ । ତେଣୁ ଭାବିଚିନ୍ତି ଆପଣଙ୍କୁ ଡାଏଟ୍ ପ୍ଲାନ୍ କରିବାକୁ ପଡିବ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଖାଦ୍ୟ ବିଷୟରେ କହିବୁ ଯାହା ଶରୀରର ବ୍ୟାଡ୍ କୋଲେଷ୍ଟ୍ରଲକୁ ଛାଣିବାରେ ସାହାଯ୍ୟ କରିବ ।

ବିନ୍ସ : ଏଥିରେ ଅଧକ ମାତ୍ରାରେ ଫାଇବର ରହିଥାଏ । ଖଜମ ହେବା ପାଇଁ ଟିକେ ସମୟ ଲାଗିଥାଏ । ଏହା ଖାଇବା ଦ୍ୱାରା ଅଧିକ ସମୟ ପେଟ ଭର୍ତ୍ତି ଥାଏ । ତେଣୁ ଶୀଘ୍ର ଭୋକ ହୁଏ ନାହିଁ । ଓଜନ କମ୍ କରିବାରେ ଏହା ଲାଭଦାୟକ ହୋଇଥାଏ ।

ପ୍ଲାଣ୍ଟ ବେସ୍‌ଡ ଫୁଡ୍ : ହାଇ କୋଲେଷ୍ଟ୍ରଲ ପାଇଁ ପ୍ଲାଣ୍ଟ ବେସ୍‌ଡ ଫୁଡ୍ ସେବନ କରିବା ଅତ୍ୟନ୍ତ ଜରୁରୀ । ପ୍ଲାଣ୍ଟ ବେସ୍‌ଡ ଫୁଡ୍ କହିଲେ – ପାଳକ, ମଟର , ବିନ୍ସ ଆଦିକୁ ବୁଝାଏ । ଏସବୁ ସବୁଜ ପରିବା କୋଲେଷ୍ଟ୍ରଲ ସ୍ତର କମ୍ କରିବାରେ ସାହଯ୍ୟ କରେ ।

ଡ୍ରାଏ ଫୁଡସ୍ : ବାଦାମ , ଅଖରୋଡ, ଚିନାବାଦାମ, କାହଜ ଓ ଖିସମିସ୍ ଆଦି ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା କୋଲେଷ୍ଟ୍ରଲ ମାତ୍ର କମ୍ କରିବାରେ ସାହଯ୍ୟ କରେ ।

ମାଛ- ଏତିରେ ଓମେଗା -୩ ଫ୍ୟାଟି ଏସିଡ୍ ଥାଏ । ବ୍ୟାଡ୍ କୋଲେଷ୍ଟ୍ରଲକୁ ଠିକ୍ କରିବାରେ ଏହା ସାହଯ୍ୟ ହୁଏ । ଯଦି ଆପଣ ମାଛ ଖାଉନାହିଁନ୍ତି ତେବେ ଫିସ୍ ଅଏଲ କ୍ୟାପସୁଲ ଖାଇପାରିବେ ।

ଅମୃତ ଭଣ୍ଡା- ଏଥିରେ ଅଧିକ ମାତ୍ରାରେ ଫାଇବର ଥାଏ । ଗୋଟିଏ ବଡ ଅମୃତ ଭଣ୍ଡାରେ ୧୩ ରୁ ୧୪ ଗ୍ରାମ ଫାଇବର ଥାଏ । ଏହ ରକ୍ତଚାପକୁ କଣ୍ଟ୍ରୋଲ କରିବା ସହ କୋଲେଷ୍ଟ୍ରଲ ମାତ୍ରା ମଧ୍ୟ କମ୍ କରେ ।

ଟମାଟର- ଏଥିରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ଭିଟାମିନ୍ ମିଳିଥାଏ । ଆଖି ଏବଂ ହାର୍ଟ ପାଇଁ ଲାଭଦାୟକ ହୋଇଥାଏ । ଏହା ବ୍ୟତୀତ ପୋଟାସିୟମ ଅଧିକ ମାତ୍ରାରେ ଥାଏ । କୋଲେଷ୍ଟ୍ରଲ, ରକ୍ତଚାପ ଓ ଷ୍ଟ୍ରୋକ ହେବାର ଆଶଙ୍କା ଦୂର କରେ ।

ସେଓ-ଡାକ୍ତରମାନେ ପ୍ରତିଦିନ ସେଓ ଖାଇବାକୁ ପରାମର୍ଶ ଦିଅନ୍ତି । କାରଣ ସେଓ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇପାରିବ । ସେଓରେ ପୋକ୍ଟିନ ନାମକ ଫାଇବର ଥାଏ, ଯାହା କୋଲେଷ୍ଟ୍ରଲକୁ କମ୍ କରିବାରେ ସାହଯ୍ୟ କରେ ।

Get real time updates directly on you device, subscribe now.