fbpx

ହ୍ରିତିକ୍-ଦୀପିକାଙ୍କ ଫାଇଟର ଗ୍ୟାଙ୍ଗ

ମୁମ୍ବାଇ: ବ୍ୟାଙ୍ଗ ବ୍ୟାଙ୍ଗ ଓ ୱାର ପରେ ଆଉ ଏକ ଆକ୍ସନ ଥ୍ରିଲରରେ ହ୍ରିତିକ ରୋଶନ ଓ ସିଦ୍ଧାର୍ଥ ଆନନ୍ଦ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଫିମେଲ୍ ଲିଡ୍ ଭାବରେ ଦୀପିକା ପାଦୁକୋନ୍ ନଜର ଆସିବାକୁ ଯାଉଛନ୍ତି । ଦୀପିକା ଓ ହ୍ରିତିକ୍ ପ୍ରଥମ ଥର ପାଇଁ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି । ହ୍ରିତିକ ରୋଶନ ଶୁକ୍ରବାର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଓ ଦୀପିକା ପାଦୁକୋନଙ୍କ ସହିତ ଏକ ଫଟୋ ଶେୟାର କରିଛନ୍ତି ।

 

View this post on Instagram

 

A post shared by Hrithik Roshan (@hrithikroshan)

ବର୍ତ୍ତମାନ ସିଦ୍ଧାର୍ଥ ଶାହରୁଖ ଖାନ୍ ଓ ଜନ୍ ଆବ୍ରାହମ୍ ଅଭିନୀତ ପଠାନର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି । ପଠାନର ସୁଟିଂ ଶେଷ ହେବା ପରେ ସିଦ୍ଧାର୍ଥ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମଟି ଭାରତର ପ୍ରଥମ ଏରିଅଲ୍ ଆକ୍ସନ୍ ଫିଲ୍ମ ହେବ ବୋଲି ଜଣାପଡିଛି । ଏହି ଫିଲ୍ମଟିରେ ଭାରତୀୟ ବାୟୁସେନା ଅଧିକାରୀଙ୍କ ବୀରତ୍ୱର କାହାଣୀ ଦେଖିବାକୁ ମିଳିବ । ହ୍ରିତିକ ଫଟୋଟିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିବା ସହିତ ଉଡିବା ପାଇଁ ଏହି ଗ୍ୟାଙ୍ଗ ପ୍ରସ୍ତୁ୍ତ ବୋଲି ଲେଖିଛନ୍ତି । ଏହି ଫିଲ୍ମ ସହିତ ପ୍ରଥମ ଥର ପାଇଁ ପ୍ରଯୋଜନା କରିବାକୁ ଯାଉଛନ୍ତି ସିଦ୍ଧାର୍ଥ ଆନନ୍ଦ । ଏହି ଫିଲ୍ମଟି ୨୦୨୨ରେ ପରଦାକୁ ଆସିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.