fbpx

(video)ସବାଙ୍କ ଉପରୁ ନଜର ହଟାଇ ପାରୁନାହାନ୍ତି ହ୍ରିତିକ, ଏୟାରପୋର୍ଟରୁ ଭାଇରଲ ହେଲା ଉଭୟଙ୍କ ରୋମାଣ୍ଟିକ ଭିଡିଓ

ମୁୁମ୍ବାଇ: ବଲିଉଡ୍ ଲଭ୍ ବାର୍ଡ ହ୍ରିତିକ ରୋଶନ ଓ ସବା ଆଜାଦ ପ୍ରାୟ ସମୟରେ ଏକତ୍ର ନଜର ଆସିଥାନ୍ତି । ଦୁଇଜଣଙ୍କ କେମେଷ୍ଟ୍ରୀ ବହୁତ ଭଲ ରହିଛି । ଏବେ ଏ ଦୁଇଜଣଙ୍କୁ ପୁଣି ଥରେ ଏୟାରପୋର୍ଟରେ ସ୍ପଟ୍ କରାଯାଇଛି । ଉଭୟ ରୋମାଣ୍ଟିକ୍ ମୁଡ୍‌ରେ ନଜର ଆସିଛନ୍ତି । ଅଲ୍ ବ୍ଲାକ୍ ଲୁକ୍‌ରେ ହ୍ରିତିକଙ୍କ ଗାର୍ଲଫ୍ରେଣ୍ଡ ବେଶ୍ ଚାର୍ମିଂ ନଜର ଆସୁଛନ୍ତି । ଖୋଲା କେଶ, ଗ୍ଲୋଇଂ ନ୍ୟୁଡ୍ ମେକଅପ୍‌ରେ ସବାଙ୍କ ଲୁକ୍ ବେଶ୍ ଆକର୍ଷଣୀୟ ରହିଛି । ଅନ୍ୟପକ୍ଷରେ ହ୍ରିତିକଙ୍କ କୁଲ୍ ଲୁକ୍ ଉପରେ ଫ୍ୟାନ୍ସ ଫିଦା ହେବାରେ ଲାଗିଛନ୍ତି । ଜିନ୍ସ ଟି ସାର୍ଟରେ ହ୍ରିତିକ ସନଗ୍ଲାସେସ୍ କ୍ୟାରି କରିଛନ୍ତି । ଏହା ସହିତ କାନ୍ଧରେ ଏକ ଗ୍ରେ ସ୍ୱେଟସାର୍ଟ କ୍ୟାରି କରିଛନ୍ତି ।

 

View this post on Instagram

 

A post shared by Voompla (@voompla)

ଏୟାରପୋର୍ଟରେ ଉଭୟ ପରସ୍ପରର ଆଖିର ଚାହାଣୀରେ ବୁଡି ରହିଛନ୍ତି । ଉଭୟଙ୍କ ପ୍ରେମ ଓ ବଣ୍ଡିଂ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଛି । ଫ୍ୟାନ୍ସ ଏମାନଙ୍କୁ ପରଫେକ୍ଟ ଯୋଡି ବୋଲି କହିଛନ୍ତି । ବହୁ ଫ୍ୟାନ୍ସ ଏମାନଙ୍କୁ ଶୀଘ୍ର ବିବାହ କରିନେବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ କିଛି ଲୋକ କପଲଙ୍କୁ ଟ୍ରୋଲ ବି କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଏହା ବାପା ଝିଅ ଯୋଡି ପରି ଲାଗୁଛି । ଆଉ କିଛି ହ୍ରିତିକଙ୍କ ସହ ପୂର୍ବ ପତ୍ନୀ ସୁଜେନଙ୍କୁ ଦେଖିବାକୁ ଚାହିଁଛନ୍ତି । ତେବେ ଏଠାରେ ସୂଚାଇ ଦିଆଯାଇପାରେ କି ସବା ନିଜର ପ୍ରିନ୍ସ ଚାର୍ମିଂଙ୍କ ଠାରୁ ୧୨ ବର୍ଷ ସାନ । କିନ୍ତୁ ବୟସର ଏହି ତାରତମ୍ୟ ଉଭୟଙ୍କ ପ୍ରେମରେ ବାଧକ ସାଜିନି ।

Get real time updates directly on you device, subscribe now.