fbpx
BJD SKY
BJD SKY

ଖାଇବା ସମୟରେ କିମ୍ବା ଖାଇସାରିବା ମାତ୍ରେ ପାଣି ପିଇବାର ଅଭ୍ୟାାସ ରହିଛି କି ? ତେବେ ଭୋଗିପାରନ୍ତି ଏହି ସମସ୍ୟା

BJD

ଆମ ଶରୀରକୁ ଖାଦ୍ୟ ଯେତିକି ମାତ୍ରାରେ ଆବଶ୍ୟକ ପାଣି ମଧ୍ୟ ତା ଠାରୁ ଅଧିକ ମାତ୍ରାରେ ଆବଶ୍ୟକ । କାରଣ ଆମ ଶରୀରରେ ୭୦ ପ୍ରତିଶତ ପାଣି ରହିଥାଏ । ଯାହାଫଳରେ ଆମେ ସୁସ୍ଥ ରହିଥାନ୍ତି । ଯଦି ଶରୀରରେ ଜଳୀୟ ଅଂଶ କମ୍ ହୁଏ ତେବେ ଏହା ସ୍ୱାସ୍ଥ୍ୟ ପ୍ରତି ଅନେକ ବିପଦ ସୃଷ୍ଟି କରିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ପାଣି ପିଇବାର ସଠିକ ଉପାୟ ଏବଂ ସମୟ ବି ଆମ ସ୍ୱାସ୍ଥ୍ୟପାଇଁ ନିତ୍ୟାନ୍ତ ଜରୁରୀ । ଯଦି ଆମେ ସଠିକ୍ ସମୟ ଏବଂ ଉପାୟରେ ପାଣି ନପିଅନ୍ତି କିମ୍ବା ଖାଇବା ସମୟରେ ପାଣି ପିଅନ୍ତି ତେବେ ଏହା ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଫଳରେ ଆମ ଶରୀରରେ ବିଭିନ୍ନପ୍ରକାର ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସଠିକ୍ ସମୟ ଏବଂ ଉପାୟରେ ପାଣି ନ ପିଇବା ଦ୍ୱାରା କେଉଁ ପ୍ରକାର ସମସ୍ୟା ହୋଇଥାଏ ।

ଖରାପ ପାଚନ ପ୍ରକ୍ରିୟା: ଅଧିକାଂଶ ଲୋକେ ଖାଇବା ସମୟରେ କିମ୍ବା ଖାଇସାରିବା ମାତ୍ରେ ପାଣି ପିଇବାର ଅଭ୍ୟାାସ ରହିଥାଏ । ଯାହାକି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ଖାସ କରି ଏହା ହଜମ ପ୍ରକ୍ରିୟାରେ ଖରାପ ପ୍ରଭାବ ପକାଇଥାଏ । କାରଣ ଖାଇବା ସମୟରେ ହିଁ ହଜମ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଯଦି ଆମେ ସେହି ସମୟରେ ପାଣି ପିଅନ୍ତି ତେବେ ଏହା ହଜମରେ ବାଧା ସୃଷ୍ଟି କରେ । ଫଳରେ ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ ନାହିଁ । ଯେଉଁ କାରଣରୁ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ।

ଇନସୁଲିନ ସ୍ତର ବୃଦ୍ଧି: ସ୍ୱାସ୍ଥୟ ବିଶେଷଜ୍ଞମାନଙ୍କ ମତରେ ଆମ ରକ୍ତରେ ଇନସୁଲିନ୍ ନାମକ ଏକ ହରମୋନ ରହିଥାଏ । ଯାହାକି ଅଗ୍ନାଶୟ ମାଧ୍ୟମରେ ମୁକ୍ତ ହୋଇଥାଏ । ଇନସୁଲିନ ଶରୀରରେଥିବା ସୁରାର ଫ୍ଲୋରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଆପଣ ଯଦି ଖାଇବା ସମୟରେ କିମ୍ବା ଖାଇବାର ତୁରନ୍ତ ପରେ ପାଣି ପିଅନ୍ତି ତାହାଲେ ଏହା ଶରୀରରେ ଥିବା ଇନସୁଲିନ୍ ସ୍ତରକୁ ବୃଦ୍ଧି କରିଥାଏ । ଫଳରେ ଡାଇବେଟିସ ପରି ସମସ୍ୟା ଦେଖା ଦେଇଥାଏ । ତେଣୁ ଖାଇବା ସମୟରେ କିମ୍ବା ଖାଇବାର ତୁରନ୍ତ ପରେ କେବେ ବି ପାଣି ପିଅନ୍ତୁ ନାହିଁ ।

ଏସିଡ୍ ରିଫ୍ଲେକ୍ସ ସମସ୍ୟା: ଖାଇବା ସହ ପାଣିି ପିଇବା ଦ୍ୱାରା ଏସିଡ୍ ରିଫ୍ଲକ୍ସର ସମସ୍ୟା ଦେଖାଦେଇଥାଏ ।ଫଳରେ ଏହା ପେଟରେ ଥିବା ଏସିଡ୍ ପରିମାଣକୁ ବୃଦ୍ଧି କରିଥାଏ । ଯେଉଁ କାରଣରୁ ବାରମ୍ବାର ଖଟା ଡକାର ଦେଇଥାଏ । ଏହି ସମସ୍ୟାକୁ ଏସିଡ୍ ରିଫ୍ଲକ୍ସ କୁହାଯାଏ । କେବଳ ଏତିକି ନୁହେଁ, ଖାଇବା ସମୟରେ ପାଣି ପିଇବା ମଧ୍ୟ ଛାତିରେ ଜଳାପୋଡା ସୃଷ୍ଟି ହୋଇଥାଏ । ଯେଉଁଥିପାଇଁ ଆପଣଙ୍କର ହୃଦଘାତ ଜନିତ ସମସ୍ୟା ହୋଇପାରେ । ତେଣୁ ଖାିବା ସମୟରେ କିମ୍ବା ପେର ତୁରନ୍ତ ପାଣି ପିଅନ୍ତୁ ନାହିଁ । ବରଂ ଖାଇସାରିବାର କିଛି ସମୟ ପରେ ପାଣି ପିଅନ୍ତୁ ।

Get real time updates directly on you device, subscribe now.