fbpx
BJD SKY
BJD SKY

ଆଦିବାସୀ ମହିଳାଙ୍କ ଉଲଗ୍ନ ଭିଡିଓ ଭାଇରଲ ପରେ ମଣିପୁରରେ ବିରାଟ ବିରୋଧ ପ୍ରଦର୍ଶନ

BJD

ନୁଆଦିଲ୍ଲୀ: ଦୁଇ ଆଦିବାସୀ ମହିଳାଙ୍କୁ ଉଲଘ୍ନ କରି ରାସ୍ତାରେ ବୁଲାଇବା ଭିଡିଓ ସାମ୍ନାକୁ ଆସିବା ପରେ ମଣିପୁର ହିଂସା ପୁଣି ଖବରକୁ ଫେରିଛି । ଗୁରୁବାର ମଣିପୁର ଚୁରଚନ୍ଦପୁରରେ ଭାଇରାଲ ଭିଡିଓ ଉପରେ କ୍ଷୋବ ପ୍ରକାଶ କରି ହଜାର ହଜାର ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି। ମେ ୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ବୁଧବାର ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭୀଡିଓରେ ଦେଖିବାକୁ ମିଳୁଛି ଯେ, ଉତ୍ୟକ୍ତ ଲୋକେ ଦସ୍ୱବ ମହିଳାଙ୍କୁ ଉଲଘ୍ନ କରି ରାସ୍ତାରେ ଚଲାଉଥିବା ସହିତ ସେମାନଙ୍କ ସହିତ ଗଣଦୁସ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ବିରୋଧ କରି ଗୁରୁବାର ହଜାର ହଜାର ଜନତା ଏକାଠି ହୋଇ ନ୍ୟାୟ ଦାବି କରିଛନ୍ତି।

ଭାଇରାଲ ହେଉଥିବା ୨୬ ସେକେଣ୍ଡର ଭିଡିଓ ସମ୍ପର୍କରେ ସଜ୍ଞାନ ନେଇ ଜଣଙ୍କୁ ଗିରଫ କରିଛି । ସୁତ୍ର ଅନୁଯାୟୀ ଗିରଫ ହୋଇଥିବା ବ୍ୟକ୍ତି ଜଣକ ଏହି ଘଟଣାର ମାଷ୍ଟରମାଇଣ୍ଡ ଅଟେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବ, ଯେଉଁଥିରେ ମୃତ୍ୟୁଦଣ୍ଡର ସମ୍ଭାବନା ରହିଛି । ଘଟଣାର ଅନୁସନ୍ଧାନ କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ପୋଲିସ ତୁରନ୍ତ ସ୍ୱତନ୍ତ୍ର ୟୁନିଟ୍ ଗଠନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଅନ୍ୟପଟେ ସୁପ୍ରିମକୋର୍ଟ ମଧ୍ୟ ଗୁରୁବାର ଏହି ଘଟଣା ସମ୍ପର୍କରେ ସଜ୍ଞାନ ନେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଅଭିଯୁକ୍ତ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସମୟ ଦେଇଛନ୍ତି । ଯଦି ସରକାର ଏଥିରେ ବିଫଳ ହୁଅନ୍ତି ତେବେ କୋର୍ଟ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

Get real time updates directly on you device, subscribe now.