fbpx

ମହଙ୍ଗା ପଡ଼ିଲା ରସିକିଆପଣ: ଛାତ୍ରୀଙ୍କୁ ଅସଦାଚରଣ ଓ ପ୍ରେମ ନିବେଦନ କରି ଭୂଗୋଳ ଶିକ୍ଷକ ଗିରଫ

ଭୁବନେଶ୍ୱର: ଗୁରୁ-ଶିଷ୍ୟଙ୍କ ସମ୍ପର୍କ ଅତି ପବିତ୍ର କୁହାଯାଉଥିବା ବେଳେ କିଛି ଅସଭ୍ୟ ଲୋକଙ୍କ ଯୋଗୁଁ ଏହା କଳୁଷିତ ହେବାରେ ଲାଗିଛି । ପ୍ରତିଦିନ ଏପରି କିଛି ନା କିଛି ଖବର ସାମ୍ନାକୁ ଆସୁଛି, ଯେଉଁଠି ଗୁରୁ ନିଜ ଛାତ୍ରଛାତ୍ରୀମାନଙ୍କ ସହ ଅସଦାଚରଣ କରୁଛନ୍ତି । ଖୋଦ୍ ରାଜଧାନୀ ଭୁବନେଶ୍ୱରରୁ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି, ଯେଉଁଠାରେ ଭୂଗୋଳ ପଢ଼ାଉଥିବା ରସିକିଆ  ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୋଗ ଅନୁସାରେ, ଭୁବନେଶ୍ୱରରେ କାଳୁଚରଣ ବଡ଼ଜେନା ନାକମ ଜଣେ ଭୂଗୋଳ ଶିକ୍ଷକ ଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦେବା ଆଳରେ ଅସଦାଚରଣ କରୁଥିଲେ । କେବଳ ଏତିକି ନୁହେଁ, ସେ ଛାତ୍ରୀଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲେ । ନିଜ ଫାଇଦା ପାଇଁ ଛାତ୍ରୀଙ୍କୁ ପରୀକ୍ଷା ପ୍ରଶ୍ନପତ୍ର ଦେଇଥିଲେ ।

ବାରମ୍ବାର ଅସଦାଚରଣ ପରେ ଛାତ୍ରୀଜଣକ ଘରେ ଜଣାଇଥିଲେ ଓ ପରିବାରେ ସଦସ୍ୟ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ମାତ୍ରେ କାଳୁଚରଣ ବଡ଼ଜେନାଙ୍କୁ ଗିରଫ କରିଛି ଭରତପୁର ପୋଲିସ । ଏହି ଘଟଣାରେ କାଳୁଚରଣଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.