ବିଧାନସଭା ପାଲଟିଲା କୁରୁକ୍ଷେତ୍ର, ଗୃହ ଭିତରେ ଶାସକ-ବିରୋଧୀ ମାଡ଼ପିଟ୍, ମାର୍ଶାଲମାନଙ୍କୁ ବି ଛାଡ଼ିଲେନି ବିଜେପି ବିଧାୟକ
ବିରୋଧୀ ଦଳ ନେତା ନିଲମ୍ୱିତ।
ପଶ୍ଚିମବଙ୍ଗ: ବିଧାନସଭା ପାଲଟିଲା ରଣକ୍ଷେତ୍ର। ଗୃହ ଭିତରେ ହାତାହାତି ହେଲେ ଶାସକ ଓ ବିରୋଧୀ। ଏପରିକି ପୋଲିସକୁ ମଧ୍ୟ ଛାଡ଼ି ନଥିଲେ ବିଜେପି ବିଧାୟକ।
ଗୁରୁବାର ଦିନ ପଶ୍ଚିମବଙ୍ଗର ବିଦାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି ଏବଂ ଟିଏମସିର କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଯାହାପରେ ମାର୍ଶାଲମାନଙ୍କୁ ଡକାଯାଇଥିଲା।
ହେଲେ ବିଜେପି ବିଧାୟକମାନେ ମାର୍ଶାଲମାନଙ୍କୁ ମଧ୍ୟ ଛାଡି ନଥିଲେ। ସେମାନଙ୍କ ସହ ମଧ୍ୟ ଧସ୍ତାଧସ୍ତି କରିଥିଲେ। ପରେ ଗୃହରେ ହଟ୍ଟଗୋଳ ଯୋଗୁଁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି।