fbpx
BJD SKY
BJD SKY

ନ୍ୟାୟପାଳିକାଙ୍କ ଉପରେ ଚାପ ପକାଇବା ପାଇଁ ପରିବାର ସହିତ ସୁରଟ ଆସୁଛନ୍ତି ରାହୁଲ:ସମ୍ବିତ ପାତ୍ର

BJD

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୋଦୀ ସରନେମ ମାମଲାରେ ସୁରଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଉପର କୋର୍ଟ ରେ ଆବେଦନ କରିବା ପାଇଁ ଯାଉଛନ୍ତି। ଯେଉଁଠାରେ ରାହୁଲ ଗାନ୍ଧୀ ସେସନ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବାର ନିଷ୍ପତ୍ତି କୁ ଚ୍ୟାଲେଞ୍ଜ କରିବେ । ଏହି ସମୟରେ କଂଗ୍ରେସ ଦଳର ବହୁ ବଡ ନେତା ମଧ୍ୟ ଉପସ୍ଥିତ ରହିବେ।

ମିଳିଥିବା ସୂଚାନୁସାରେ ଏହି ସମୟରେ ରାହୁଲ ଗାନ୍ଧୀ ନିଜେ ଉପସ୍ଥିତ ରହିବେ ଏବଂ ତାଙ୍କ ସହିତ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ସିଏମ ଭୁପେଶ ବଗେଲ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଧ୍ୟ ଉପସ୍ଥିତ ରହିବେ । ଏହା ସହିତ ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଉପସ୍ଥିତ ରହିବେ।

ତେବେ ଏହା ଘଟଣା ଉପରେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ରାହୁଲଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଯେଉଁ କାର୍ଯ୍ୟ ଜଣେ ଓକିଲଙ୍କ ଦ୍ୱାରା ହୋଇପାରିବ ସେଠାରେ ପରିବାର ଲୋକ ଆଉ ଏତେ କର୍ମୀଙ୍କୁ ନେଇ ଏକ ଶୋଭାଯାତ୍ରା ବାହାର କରିବା କଣ ଆବଶ୍ୟକ ରହିଛି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ସେମାନେ ନ୍ୟାୟପାଳିକ ଉପରେ ଚାପ ପକାଇବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି । ଏହି ଭଳି ଶକ୍ତି ପ୍ରଦର୍ଶନ କରି ସାଧାରଣ ଲୋକମାନଙ୍କୁ ମଧ୍ୟ ହଇରାଣ କରିବାକୁ ଚାହୁଁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରିବା ପରେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଆଜି ସୁରଟ ଯାଇ ତାଙ୍କ ପରିବାର ସହିତ ଏକ ରାକସ ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ।

ସୂଚନାମୁତାବକ ରାହୁଲ ଗାନ୍ଧୀ ମାର୍ଚ୍ଚ ୨୩ ରେ ସୁରଟ କୋର୍ଟ ଦଣ୍ଡାଦେଶ ଶୁଣାଇଥିଲା । କୋର୍ଟଙ୍କ ନିଷ୍ପତ୍ତିର ୧୧ ଦିନ ପରେ ରାହୁଲ ଗାନ୍ଧୀ ଏପ୍ରିଲ ୩ ଦିନ ଆବେଦନ କରିବାକୁ ଯାଉଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ଓକିଲ ତଥା ଦଳର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ।

Get real time updates directly on you device, subscribe now.