fbpx
BJD SKY
BJD SKY

ଦେଢ ମାସରେ ମଙ୍ଗଳ ଗ୍ରହରେ ପହଞ୍ଚିବ ମଣିଷ: ନ୍ୟୁକ୍ଲିୟର ରକେଟ ଇଞ୍ଜିନର ହେଲା ଟେଷ୍ଟ

BJD

ନୂଆଦିଲ୍ଲୀ: ନାସା ପକ୍ଷରୁ ନିକଟରେ ଏକ ରକେଟ ଇଞ୍ଜିନର ଟେଷ୍ଟିଂ କରାଯାଇଛି । ଏହି ରକେଟ ଇଞ୍ଜିନ ପରମାଣୁ ଶକ୍ତି ଦ୍ୱାରା ଚାଳିତ ହେଉଥିବା ବେଳେ ଏହା ଖୁବଶୀଘ୍ର ମଣିଷକୁ ମଙ୍ଗଳ ଗ୍ରହରେ ପହଞ୍ଚାଇପାରିବ ବୋଲି କୁହାଯାଇଛି । ଏହି ଟେଷ୍ଟିଂ ସହ ମଣିଷ ମଣିଷ ମଙ୍ଗଳକୁ ଯିବାର ଆଉ ଏକ ସୋପାନ ଅତିକ୍ରମ କରିଛି । ଏହି ରକେଟ ମାତ୍ର ୪୫-୫୦ ଦିନ ମଧ୍ୟରେ ପୃଥିବୀରୁ ମଙ୍ଗଳ ଗ୍ରହରେ ପହଞ୍ଚିପାରିବ ।

ମଣିଷ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଚନ୍ଦ୍ରରେ ପହଞ୍ଚିପାରିଛି । ଅନ୍ୟ ଗ୍ରହରେ ପହଞ୍ଚିବା ପାଇଁ ସ୍ୱପ୍ନ ଦେଖୁଥିଲେ ହେଁ ଏହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ । ତେବେ ଏହି ସ୍ୱପ୍ନ ଖୁବଶୀଘ୍ର ସତ ହେବାକୁ ଯାଉଛି । କାରଣ ବୈଜ୍ଞାନିକମାନଙ୍କୁ ବର୍ତ୍ତମାନ ପରମାଣୁ ଶକ୍ତି ଦ୍ୱାରା ଚାଳିତ ରକେଟ ପ୍ରାପ୍ତ ହୋଇସାରିଛି । ତେବେ ଅନ୍ୟ ଗ୍ରହକୁ ଯିବା ପାଇଁ ଏଭଳି ଇନ୍ଧନ ସହିତ ଲାଇଫ ଜ୍ୟାକେଟ, ରେଡିଏସନ ଶିଲ୍ଡିଙ୍ଗ, ପାୱାର ଏବଂ ପ୍ରୋପ୍ଲସନ ସିଷ୍ଟମ ଇତ୍ୟାଦିର ମଧ୍ୟ ଆବଶ୍ୟକତା ରହିଛି । ରକେଟରେ ଥିବା ପ୍ରୋପ୍ଲସନ ସିଷ୍ଟମ ଏହାକୁ ଉଡିବାରେ ସାହାଯ୍ୟ କରିଥାଏ । ତେବେ ଏହି ସିଷ୍ଟମକୁ ଇନ୍ଧନ ପାଇଁ ଯଦି ପରମାଣୁ ଶକ୍ତି ମିଳିଯାଏ, ତେବେ ଏହା ଅଧିକ ସମୟ ପର୍ଯ୍ୟନ୍ତ ଉଡିପାରେ ।

ଗତବର୍ଷ ନାସା ତରଫରୁ ‘ନାସା ଇନୋଭେଟିଭ ଆଡଭାନ୍ସଡ କନ୍ସେପ୍ଟସ’ ନାମକ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହାର ପ୍ରଥମ ଫେଜରେ ନ୍ୟୁକ୍ଲିୟର ରକେଟ ପ୍ରସ୍ତୁତ କରାଯାଉଛି ଏବଂ ଏଥିରେ ପରମାଣୁ ଇଞ୍ଜନର ପରୀକ୍ଷଣ କରାଯାଇଛି । ଏହାଦ୍ୱରା ଅନ୍ତରୀକ୍ଷର ଲମ୍ବା ଦୂରତାକୁ କମ୍ ସମୟରେ ଅତିକ୍ରମ କରିପାରିବ ବୋଲି କୁହାଯାଇଛି । ତେବେ ଦୀର୍ଘ ୬୮ ବର୍ଷ ପରେ ଏଭଳି ପରୀକ୍ଷଣ କରିଛି । ଆମେରିକା ଏୟାରଫୋର୍ସ ଏବଂ ଆଟମିକ କମିଶନ ୧୯୫୫ ମସିହାରେ ପ୍ରଥମମ ଥର ପ୍ରୋଜେକ୍ଟ ରୋବରଙ୍କ ସମୟରେ ଏଭଳି ଏକ ପ୍ରୋପ୍ଲସନ ସିଷ୍ଟମ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଥିଲା ।

Get real time updates directly on you device, subscribe now.