fbpx

ଏଣିକି ମଣିଷର ମସ୍ତିଷ୍କକୁ ନିୟନ୍ତ୍ରଣ କରିବା ସମ୍ଭବ, ନ୍ୟୁରୋସାଇଣ୍ଟିଷ୍ଟମାନେ ବିକଶିତ କଲେ ଅଦ୍ଭୂତ ଟେକ୍ନୋଲୋଜି

AAKASH

ନୂଆଦିଲ୍ଲୀ: ମଣିଷର ମସ୍ତିଷ୍କକୁ ନେଇ ଅନେକ ସମୟରେ ନୂଆ ନୂଆ ଗବେଷଣାତ୍ମକ ତଥ୍ୟ ଲୋକଲୋଚନାକୁ ଆସିଥାଏ । ତେବେ ନିକଟରେ ବୈଜ୍ଞାନିକମାନେ ଏକ ନୂଆ ଟେକ୍ନୋଲୋଜିର ସନ୍ଧାନ କରିଛନ୍ତି । ଏହି ଟେକ୍ନୋଲୋଜି ଇନଫ୍ରାରେଡ୍ ଲାଇଟ୍ ସହାୟତାରେ ବ୍ରେନକୁ କଣ୍ଟ୍ରୋଲ କରିପାରିବେ । ଅନ୍ୟ ଅର୍ଥରେ ଆପଣ ଏହାକୁ ସମ୍ମୋହନ ବିଦ୍ୟା ଭାବି ପାରନ୍ତି । ଏହି ଟେକ୍ଟୋଲୋଜି ବର୍ତ୍ତମାନ ମୂଷାଙ୍କ ଉପରେ ପରୀକ୍ଷଣ କରାଯାଇ ସାରିଛି ।

ମଣିଷର ବ୍ରେନକୁ ଦୁନିଆର ସବୁଠାରୁ ମୁସ୍କିଲ ସୃଷ୍ଟି ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଇଥାଏ । ଆପଣ ଏହାର କଳ୍ପନା ଏକ ସ୍ୱିଚବୋର୍ଡ ପରି କରିପାରିବେ । ଯାହାକି ହଜାର ହଜାର ବଟନ, ସ୍ନାୟୁ, ଡାୟଲ ଓ ଲିଭରରେ ଭରି ରହିଛି । ଏହିସବୁର ସହାୟତାରେ ଆପଣଙ୍କ ଇମୋଶନ, ସ୍ମରଣଶକ୍ତି ଓ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇ ପାରିବ । ଗତ ୧୦୦ ବର୍ଷ ଧରି ନ୍ୟୁରୋସାଇଣ୍ଟିଷ୍ଟମାନେ ଏହା ଉପରେ ଗବେଷଣା ଚଳାଇ ଆସୁଛନ୍ତି । ତେବେ ଏହି କଥାକୁ କହିବା ଯେତିକି ସହଜ, ବ୍ରେନକୁ ବୁଝିବା ତା’ଠାରୁ ଆହୁରି ମୁସ୍କିଲ କାର୍ଯ୍ୟ ଅଟେ ।

ତେବେ ଜଣାପଡ଼ିଛି ଯେ, ବ୍ରେନକୁ ନିୟନ୍ତ୍ରଣ କରୁଥିବା ସେଲୁଲାର ସର୍କିଟ ଲିଭର ଓ ବଟନ ସହିତ ଆସେ ନାହିଁ । ତେବେ ଡବ୍ଲ୍ୟୁଟି ନ୍ୟୁରୋସାଇନ୍ସେସ ଇନଷ୍ଟିଚୁଟ୍ୟଟର ଜଣେ ବୈଜ୍ଞାନିକ ଏକ ନୂଆ ଟେକ୍ନୋଲୋଜିର ବିକାଶ କରିଛନ୍ତି । ଉକ୍ତ ଟେକ୍ନୋଲୋଜି ମାଧ୍ୟମରେ ପଶୁଙ୍କ ଶରୀରରେ ଲାଗିଥିବା ବ୍ରେନ ସର୍କିଟକୁ ଦୂରରୁ କଣ୍ଟ୍ରୋଲ କରିହେବ । ଏହି ଟେକ୍ନୋଲୋଜି ଉପରେ ରିସର୍ଚ୍ଚ ଗ୍ୟୁସଙ୍ଗ ହଙ୍ଗ ଓ ସାଙ୍କର ସାଥୀମାନେ କହିଛନ୍ତି ।

Get real time updates directly on you device, subscribe now.