fbpx
BSKY
BJD YOUTH SKY
BJD MS SKY

ମଙ୍ଗଳ ଗ୍ରହରୁ ମିଳିଲା ଦୁଇ ହାତ ଆକୃତିର ଏକ ବିଚିତ୍ର ଫଟୋ, ଏପରି ଜୀବ କ’ଣ ଏବେ ବି ବଞ୍ଚିଛନ୍ତି

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରୁ ଏକ ବିଚିତ୍ର ଫଟୋ ମିଳିଛି । ନାସାର ରୋଭର କ୍ୟୁରିୟୋସିଟି ପକ୍ଷରୁ ଏପରି ଏକ ଅଦ୍ଭୂତ ପଥର ଖଣ୍ଡକୁ ଠାବ କରାଯାଇଛି । ଦୀର୍ଘ ସମୟ ଧରି ଏନେଇ ରିସର୍ଚ୍ଚ କାର୍ଯ୍ୟ ଜାରି ରହିଥିବା ବେଳେ ଏହି ରୋଭର ଆସନ୍ତା ଅଗଷ୍ଟ ୬ରେ ନିଜର ୧୦ ବର୍ଷର କାର୍ଯ୍ୟ ସମାପ୍ତ କରିବ । ରୋଭର ନିୟମିତ ବ୍ୟବଧାନରେ ମଙ୍ଗଳ ଗ୍ରହର ଏପରି ଫଟୋସବୁ ପୃଥିବୀ ପୃଷ୍ଠକୁ ପଠାଇଥାଏ ।

ବିଶ୍ୱରେ ଜୀବନର ଉତ୍ପତ୍ତି ଉପରେ ରିସର୍ଚ୍ଚ କରୁଥିବା ଏକ ସଂଗଠନ ସେଟି ପକ୍ଷରୁ ଟ୍ୱିଟରରେ କୁହାଯାଇଛି ଯେ, ଏହି ଚଟଣା ସାଧାରଣ ଭାବେ ବାଲି ଓ ପାଣିର ସ୍ତର ଦ୍ୱାରା ତିଆରି ହୋଇଥାଏ । ତେବେ ଗ୍ରହର ଗୁରୁତ୍ୱାକର୍ଷଣ କାରଣରୁ ଏହି ପଥର ଖଣ୍ଡ ଅଜବ ପ୍ରକାରର ଆକାର ଧାରଣ କରିଥାଇପାରେ ।

ଉକ୍ତ ଅଜବ ଆକୃତିର ପଥର ଖଣ୍ଡର ଫଟୋ ମାସ୍କଟ କ୍ୟାମେରା ବା ରୋଭରର ମାଷ୍ଟକ୍ୟାମ ଦ୍ୱାରା ନିଆଯାଇଥିଲା । ଗତ ମାସ ୧୩ ତାରିଖରେ ନାସାର ଜେଟ ପ୍ରୋପଲଶନ ଲାବରେଟୋରୀରେ ମିଶନର ଅଫିସିଆଲ ବ୍ଲଗରେ ଏକ ପୋଷ୍ଟ ଶେୟାର କରାଯାଇଥିଲା । କ୍ୟୁରିୟୋସିଟି ରୋଭର ମାଉଣ୍ଟ ଶାର୍ପ ନାମକ କ୍ଷେତ୍ରରେ କାର୍ଯ୍ୟ କରୁଥିଲା, ଯାହାକୁ କି ସୋଲ ୩୪୭୪ ଓ ୩୪୭୫ରେ ମେରାଡୋର ବଟେ ଉପନାମ ଦିଆଯାଇଥିଲା ।

Get real time updates directly on you device, subscribe now.