fbpx
BSKY SKY
BSKY SKY

କରୋନା ନେଇଗଲା ପିତାମାତାଙ୍କୁ, ଏବେ ୧୦୦ ବେସାହାରା ଶିଶୁଙ୍କୁ କୋଳେଇ ନେଲେ ଯୁବକ

BSKY

ନୂଆଦିଲ୍ଲୀ: କରୋନା ଭାଇରାସ୍ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ଜୀବିକା ନଷ୍ଟ କରିଥିବା ବେଳେ ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଶହ ଶହ ଶିଶୁ କରୋନାରେ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ତେବେ ଏହି ଅନାଥ ଶିଶୁଙ୍କ ପାଇଁ ସାହାରା ପାଲଟିଛନ୍ତି ଡେରାଡୁନର ଜଣେ ଯୁବକ । ସୋସିଆଲ ୱାର୍କ ଜାରି ରଖିଥିବା ଏହି ଯୁବକ ୧୦୦ ଜଣ ଅନାଥ ଶିଶୁଙ୍କୁ କୋଳେଇ ନେଇ ନିଜର ମଣିଷପଣିଆ ଦେଖାଇଛନ୍ତି ।

ଜୟ ଏନଜିଓର ପ୍ରତିଷ୍ଠାତା ଜଇ ଶର୍ମା ୧୦୦ ଅନାଥ ଶିଶୁଙ୍କର ଲାଳନ ପାଳନ କରିବେ ବୋଲି ଘୋଷଣା କରିଛନ୍ତି । ତେବେ ଜଇ ବର୍ତ୍ତମାନ ସୁଦ୍ଧା ୨୦ ଜଣ ଶିଶୁଙ୍କୁ କୋଳେଇ ନେଇସାରିଲେଣି । କରୋନାର ଦ୍ୱିତୀୟ ଲହର ସମୟରେ ଫେସବୁକର ଏକ ପୋଷ୍ଟରୁ ଏ ବିଷୟରେ ଜାଣିବା ପରେ ଜଇ ୫ ଜଣ ଅନାଥଙ୍କୁ କୋଳେଇ ନେଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ଯୁକ୍ତ ଦୁଇରେ, କିଛି ପିଲା ଚତୁର୍ଥ ଓ ପଞ୍ଚମରେ ପଢ଼ୁଥିବା ବେଳେ ଆଉ ସମସ୍ତେ ଅଳ୍ପ ବୟସର ଅଟନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ସେ ୫୦ ଜଣ ପିଲାଙ୍କୁ କୋଳେଇ ନେବା ସହ ସେମାନଙ୍କୁ ଖାଇବା, ରହିବା, ଔଷଧ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ସମସ୍ତ ଅନାଥ ଶିଶୁଙ୍କୁ ଜଇ କୋଳେଇ ନେଇ ନିଜ ପରିବାରର ଭାଇଭଉଣୀଙ୍କ ପରି ସ୍ନେହ ଦେଇ ସେମାନଙ୍କର ଉପଯୁକ୍ତ ଲାଳନ ପାଳନ କରିବେ ବୋଲି କହିଛନ୍ତି । ଜଇଙ୍କର ଏନଜିଓର ସଦସ୍ୟମାନେ ବିଭିନ୍ନ ଗ୍ରାମ ଓ ଗ୍ରାମପଞ୍ଚାୟତରେ ନିୟମିତ ଯୋଗଯୋଗ ରକ୍ଷା କରିବା ସହ ଏପରି ଅସହାୟ ପିଲାଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଗତବର୍ଷ କରୋନା ଆରମ୍ଭ ହେବା ଦିନଠାରୁ ଜଇ ନିଜ ଏନଜିଓ ମାଧ୍ୟମରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ । ଏହାଛଡ଼ା ମେଡିକାଲ ଉପକରଣ, ସାନିଟାଇଜର, ଅକ୍ସିଜେନ ଆଦି କରୋନାଗ୍ରସ୍ତ ଲୋକଙ୍କୁ ବଣ୍ଟନ କରିଥିଲେ । ଦିଲ୍ଲୀର ଶିଶୁ ଅଧିକାର ସୁରକ୍ଷା କମିଶନ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଦିଲ୍ଲୀରେ ପ୍ରାୟ ୨ ହଜାର ଶିଶୁ ସେମାନଙ୍କର ପିତାମାତାଙ୍କୁ କରୋନାରେ ହରାଇ ବେସାହାରା ପାଲଟି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫୧ ଜଣ ଶିଶୁଙ୍କ ମାତା ଓ ୧୩୧୧ ଶିଶୁଙ୍କ ପିତା କରୋନାରେ ପ୍ରାଣ ହରାଇଥିବା ସର୍ଭେରୁ ଜଣାପଡ଼ିଛି ।

Get real time updates directly on you device, subscribe now.