fbpx
BSKY SKY
BSKY SKY

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଓ୍ଵାର୍ମ ଅପ୍ ମ୍ୟାଚ୍ ଖେଳିବ ଭାରତୀୟ ଦଳ, ଜାଣନ୍ତୁ କେବେ ହେବ ଏହି ମୁକାବିଲା

BSKY

ନୂଆଦିଲ୍ଲୀ : ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍  ବିଶିଷ୍ଟ ସିରିଜ୍ ଅଗଷ୍ଟ ୪ରୁ ଆରମ୍ଭ ହେବ। ଏହା ପୂର୍ବରୁ ଭାରତୀୟ ଦଳ ଖେଳିବ ଓ୍ଵାର୍ମ ଅପ୍ ମ୍ୟାଚ୍। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅନୁରୋଧ ପରେ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ଭାରତୀୟ ଦଳ ପାଇଁ ଟେଷ୍ଟ ସିରିଜ୍ ପୂର୍ବରୁ ଏକ ଅଭ୍ୟାସ୍ ମ୍ୟାଚର ଆୟୋଜନ କରୁଛି। ତିନି ଦିନିଆ ଏହି ଅଭ୍ୟାସ ମ୍ୟାଚ୍  ଜୁଲାଇ ୨୦ରୁ ୨୨ ତାରିଖ ପର‌୍ୟ୍ୟନ୍ତ ଖେଳାଯିବ। ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ ପରେ ଭାରତୀୟ ଦଳକୁ ୨୦ ଦିନର ବିଶ୍ରାମ ଦିଆଯାଇଛି। ଏହା ପୂର୍ବରୁ ଖବର ଆସିଥିଲା ଯେ, ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳ ଇଣ୍ଟ୍ରା ସ୍କ୍ଵାର୍ଡ ମ୍ୟାଚ୍ ଖେଳିବ। ଅଧିନାୟକ ବିରାଟ କୋହଲି ମଧ୍ୟ ବିଶ୍ଵ ଚାମ୍ପିଅନଶିପ ଫାଇନାଲ୍ ପରେ ଓ୍ଵାର୍ମ ଅପ୍ ମ୍ୟାଚକୁ ନେଇ ନିଜର ରାୟ ଦେଇଥିଲେ।

ବିରାଟ କହିଥିଲେ, ଭାରତୀୟ ଦଳ ଅଭ୍ୟାସ୍ ମ୍ୟାଚ୍ ଖେଳିବାକୁ ଚାହୁଁଛି। କିନ୍ତୁ କଣ ପାଇଁ ଏହାର ଆୟୋଜନ କରାଯାଉ ନାହିଁ ଆମକୁ ଜଣା ନାହିଁ। ଏଏନଆଇର ଖବର ଅନୁଯାୟୀ, ବିରାଟ ବାହିନୀ ଏହାକୁ ନେଇ ଏ ପର‌୍ୟ୍ୟନ୍ତ ନିଜର ନିଷ୍ପତ୍ତି ନେଇନଥିଲେ। ହେଲେ ବିସିସିଆଇର ଅନୁରୋଧକ୍ରମେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଓ୍ଵାର୍ମ ଅପ ମ୍ୟାଚର ଆୟୋଜନ କରୁଛି। ଡବ୍ଲ୍ୟୁଟିସି ଫାଇନାଲ୍ ପୂର୍ବରୁ ଭାରତୀୟ ଦଳ କୌଣସି ଅଭ୍ୟାସ୍ ମ୍ୟାଚ୍ ନଖେଳିବାର ପରିଣାମ ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ଫାଇନାଲ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳି ଏହାର ଫାଇଦା ପାଇଛି।

ସୂଚନାଯୋଗ୍ୟ, ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଝଟକା ଲାଗିଛି। ଓପନର ଶୁବମାନ ଗିଲଙ୍କ ପାଦର ନିମ୍ନ ଭାଗରେ ଗୁରୁତର ଆଘାତ ଲାଗିଛି। ସେ ପୂରା ସିରିଜରୁ  ବାଦ୍ ପଡିବାର ଆଶଙ୍କା ରହିଛି। ସୁସ୍ଥ ହେବା ପାଇଁ ତାଙ୍କୁ ଅନନ୍ତଃ ଦୁଇ ମାସର ସମୟ ଆବଶ୍ୟକ। ଯଦି ଗିଲ୍ ବାଦ୍ ପଡନ୍ତି ତେବେ ତାଙ୍କ ବଦଳ ଖେଳାଳି ଭାବେ ଅଭିମନ୍ୟୁ ଈଶ୍ଵରନଙ୍କୁ ଦଳରେ ସାମିଲ କରାଯାଇପାରେ। ଓପନିଂ ଭାବେ କେଏଲ ରାହୁଲ କିମ୍ବା ମୟଙ୍କ ଅଗ୍ରଓ୍ଵାଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ।

Get real time updates directly on you device, subscribe now.