fbpx

ନିୟମିତ ଦାବୀରେ ତାତିଲେ ଶତାଧିକ ଶିକ୍ଷକ; ଘେରାଉ କଲେ ଗଣଶିକ୍ଷାମନ୍ତ୍ରୀଙ୍କ ବାସଭବନ

ଭୁବନେଶ୍ୱର: ଚଳିତ ମାସ ୧୩ ତାରିଖରୁ ଭୁବନେଶ୍ୱରର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶତାଧିକ ଶିକ୍ଷକ । ବିଭିନ୍ନ ଦାବି ନେଇ ସେମାନେ ଏହି ବିକ୍ଷୋଭ କରୁଥିବା ବେଳେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିଛନ୍ତି । ତେବେ ଦୀର୍ଘ ୧୧ ଦିନ ଧରି ମାଧ୍ୟମିକ ଶିକ୍ଷକ ସଂଘ ଆନ୍ଦୋଳନରେ ବସିବା ପରେ ଆଜି ପ୍ଲାକାର୍ଡ ଧରି ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ତେବେ ୨୦୦୪ ରୁ ୨୦୧୩ ଭିତରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ନିୟମିତ ଦାବିରେ ମାଧ୍ୟମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ଏହି ଆନ୍ଦୋଳନ କରିଛନ୍ତି । ଏଥିସହିତ ଚୁକ୍ତି ଭିତ୍ତିକ ନିଯୁକ୍ତିର ୬ ବର୍ଷକୁ ଚାକିରି ଅବଧିରେ ମିଶାଇବା ପାଇଁ ଦାବି କରିବା ସହ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି ।

ତେବେ ଏହା ପୂର୍ବରୁ ନଭେମ୍ବର ୨୭ ତାରିଖରେପ୍ରାଥମିକ ଶିକ୍ଷକ ସଂଘଧାରଣରେ ବସିଥିଲେ ।ଯେଉଁଥିରେ ପ୍ରାୟ ୧ ଲକ୍ଷରୁ ଅଧିକ ଶିକ୍ଷକ ସାମିଲ ଥିଲେ । ଏଥିସହିତ ସେମାନେ ମଧ୍ୟ ୩ ଦଫା ଦାବି ନେଇ ରାଜରାସ୍ତାରେ ଧାରଣାରେ ବସିଥିଲେ । ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତିକ ନିଯୁକ୍ତି ପ୍ରଥା ଉଚ୍ଛେଦ , ଗ୍ରେଡ ପେ ବୃଦ୍ଧି, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଆଦି ମୁଖ୍ୟ ଦାବି ନେଇ ସେମାନେ ଏହି ଆନ୍ଦୋଳନ କରିଥିଲେ । ଏହାରି ମଧ୍ୟରେ ଶିକ୍ଷକ ଆନ୍ଦୋଳନ ନେଇ ବାଚସ୍ପତି ରୁଲିଂ ଦେବା ସହ, ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମାଧ୍ୟମିକ ଶିକ୍ଷକ ସଂଘ ମଧ୍ୟ ସେମାନଙ୍କ ବିଭିନ୍ନ ଦାବିନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏଥିସହିତ ଗଣଶିକ୍ଷାମନ୍ତ୍ରୀଙ୍କ ବାସଭବନ ମଧ୍ୟ ଘେରାଉ କରିଛନ୍ତି ।

Get real time updates directly on you device, subscribe now.