ସ୍ୱାମୀ ମାଡ଼ରେ ଗର୍ଭବତୀ ସ୍ତ୍ରୀ ମୃତ

ଭଦ୍ରକ: ସ୍ୱାମୀ ମାଡ଼ରେ ଗର୍ଭବତୀ ସ୍ତ୍ରୀଙ୍କ ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡ଼ି ଥାନା ତାଳପଦା ଗାଁରେ। ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ କୌଣସି କାରଣରୁ ମାଡ ମାରିଥିଲେ। ଯାହାଫଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ପରେ ତିହିଡି ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ମଣିଷ ଯେ ରାଗିବ ସମୟରେ ଏତେ ହିଂସ୍ର ହୋଇପାରେ ତାହାର ଏଇଟା ଜ୍ୱଳନ୍ତ ଉଦାହରଣ।