fbpx

News across the Earth, news close to your heart, Read Odisha Bhaskar English

ବ୍ଲେଡରେ ସ୍ତ୍ରୀର ନାକ କାଟିଲା ସ୍ୱାମୀ, ଥାନାରେ ମାମଲା

ମଧ୍ୟ ପ୍ରଦେଶର ଶିବପୁରୀ ଜିଲ୍ଲାରେ ଏକ ଚକିତ କଲା ଭଳି ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ସ୍ୱାମୀ ରାଗରେ ନିଜ ସ୍ତ୍ରୀର ନାକ କାଟିଦେଇଛି । ଏଠାରେ ଜଣେ ଯୁବକ ରାମ ପ୍ରବେଶ ନିଜ ପତ୍ନୀଙ୍କ ନାକ କାଟି ଦେଇଛନ୍ତି । ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତାଙ୍କର ଚିକିତ୍ସା କରାଯାଉଛି ।

ସୂଚନା ଅନୁଯାୟୀ, ଅନେକ ସମୟରୁ ସେମାନଙ୍କ ମଧ୍ୟରେ ବିବାଦ ରହିଥିଲା ମହିଳାଙ୍କ ସ୍ୱାମୀ ମଦ ପିଇ ତାଙ୍କୁ ମାରପିଟ୍ କରୁଥିଲା । ଫଳରେ ସେ ତାଙ୍କ ବାପ ଘରେ ରହୁଥିଲେ, ଦୁଇ ଦିନ ତଳେ ଶାଶୁଘରକୁ ଫେରିଥିଲେ । ତାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି ।

ପୀଡ଼ିତା ପତ୍ନୀଙ୍କର କହିବା ଅନୁଯାୟୀ ଶ୍ୱଶୁର ତାଙ୍କୁ ଧଣିଥିଲେ ଏବଂ ଶାଶୁ ବ୍ଲେଡ ଆଣି ଦେଇଥିଲେ ଏବଂ ତାଙ୍କ ସ୍ୱାମୀ ତାଙ୍କ ନାକ କାଟିଥିଲେ  । ତେବେ ଏହାପରେ ସେ ଫେରାର ହୋଇଯାଇଛନ୍ତି ।

ଶିବପୁରୀ ଏସପି ରାଜେଶ ସିଂହ ଚନ୍ଦେଲ କହିଛନ୍ତି ବାମୋର କଂଲା ଥାନାରେ ଏକ ମାମଲା ରୁଜୁ ହୋଇଛି । ଯେଉଁଠାରେ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ନାକ କାଟିଥିଲେ ଏବଂ ଶ୍ୱଶୁର ଘର ଲୋକ ଏଥିରେ ତାଙ୍କୁ ସହାୟତା କରିଥିଲେ । ଅଭିଯୋଗ ଆଧାରେ ପୋଲିସ ତଦନ୍ତ କରୁଛି ଏବଂ ଅଭିଯୁକ୍ତକୁ ଖୋଜାଚାଲିଥିବା ନେଇ କହିଛନ୍ତି ଏସପି ।

Get real time updates directly on you device, subscribe now.