fbpx

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ଅଭିନ ସାହୁ ଏବଂ ମନୀଷ ରାଜଗଡ଼ିଆଙ୍କୁ ଜାମିନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ୍ ଖାନ୍ ଜାମିନ ପାଇପାରିନଥିଲେ ମଧ୍ୟ ବମ୍ବେ ହାଇକୋର୍ଟ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ଗିରଫ ହୋଇଥବା ଦୁଇ ଓଡ଼ିଆ ଯୁବକ ଅଭିନ ସାହୁ ଏବଂ ମନୀଷ ରାଜଗଡ଼ିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ଡ୍ରଗ୍ସ ପାର୍ଟି ବିଷୟରେ ସୂଚନା ପାଇବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଟିମ୍ ମୁମ୍ବାଇରୁ ଗୋଆକୁ ଯାଉଥିବା କ୍ରୁଜ୍ ଉପରେ ଚଢ଼ାଉ କରିଥିଲା । କ୍ରୁଜରେ ବଲିଉଡ ସୁପରଷ୍ଟା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ସମସ୍ତ ଅଭିଯୁକ୍ତ ଜେଲରେ ଅଛନ୍ତି । ତେବେ ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟ ଆର୍ୟନ୍ ଖାନ୍ ଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ ଯେଉଁଥିରେ ଅଭିନ ସାହୁ ଏବଂ ମନୀଷ ରାଜଗଡିଆଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ, ଏନସିବି ଟିମ୍ ମନୀଷ ରାଜଗଡିଆଙ୍କୁ ୨.୪ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗିରଫ କରିଥିଲା।

Get real time updates directly on you device, subscribe now.