fbpx

ଭାରତରେ ଲଞ୍ଚ ହେଲା Lenovo Tab K10, ଦାମ୍ ୧୩,୯୯୯ ରୁ ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି Lenovo Tab K10 । ଆଣ୍ଡ୍ରଏଡ୍ ୧୧ ଦ୍ୱାରା  ପରିଚାଳିତ ଏହି ଟାବଲେଟରେ ରହିଛି ବଡ଼ ଡିସପ୍ଲେ  । କେବଳ ସେତିକି ନୁହେଁ ଟାବଲେଟରେ କଲିଂ ଫିଚର ସୁବିଧା ସହ ରହିଛି ଅନେକ ସୁବିଧା ।

ଏମିତି ରହିଛି ଫିଚର୍ସ:

Lenovo Tab K10 ଆଣ୍ଡ୍ରଏଡ୍ ୧୧ ଦ୍ୱାରା ପରିଚାଳିତ ଏବଂ ଏଥିରେ 10.3 inch Full HD ଡିସପ୍ଲେ ଦିଆଯାଇଛି । Lenovo Tab K10ରେ  PowerVR GE8320 ଜିପିୟୁ ସହ Octa Core MediaTek Helio P22T ସପୋର୍ଟ ରହିଛି । ଏହି ଟ୍ୟାବଲେଟ ଇଣ୍ଟରନାଲ ମେମୋରୀ ୧୨୮ ପର୍ଯ୍ୟନ୍ତ ରହିଛି । ଯାହକୁ କାର୍ଡ ସାହାଯ୍ୟରେ ୨ ଟିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ ।

ଟାବଲେଟରେ 8MPର ରିୟର କ୍ୟାମେରା ଦିଆଯାଇଛି, ସେହିଭଳି 5MPର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । କନେକ୍ଟିଭିଟି ପାଇଁ ଟାବଲେଟରେ Wifi ସହ, 4G, Bluetooth,USB-C ପୋର୍ଟ, ଏବଂ 3.5mm ହେଡଫୋନ ଜ୍ୟାକର ସପୋର୍ଟ ରହିଛି । ଟ୍ୟାବଲେଟରେ 7,500 mAh ବ୍ୟାଟେରୀ ସହ 10Wର ଚାର୍ଜିଂ ସର୍ପୋଟ ଦେଖିବାକୁ ମିଳିବ । ଏହା ସହ ଲେନୋଭୋ ଆକ୍ଟିଭ ପେନ ଷ୍ଟାଇଲସ ସପୋର୍ଟ ମଧ୍ୟ ଦେଖିବାକୁ ମିଳିବ ।

Lenovo Tab K10ର ପ୍ରାରମ୍ଭିକ ଦାମ ୨୫,୦୦୦ ଟଙ୍କା ରଖାଯାଇଛି  । ତେବେ ଅଫରରେ ଏହାର 3GB+32GB Wifi+4G ମଡେଲ କୁ ୧୩,୯୯୯ ଟଙ୍କା, 4GB+64Gb Wifi ମଡେଲକୁ ୧୫,୯୯୯ ଟଙ୍କାରେ ବ୍ରିକ୍ରି କରୁଛି । ସେହିଭଳି 4GB+64GB Wifi+4G ଭାରିଏଣ୍ଟ ୧୬,୯୯୯ ଟଙ୍କାରେ ବିକ୍ରି କରାଯାଉଛି ।  ତେବେ ଏହାର 4GB+128GB ଭାରିଏଣ୍ଟର ମୂଲ୍ୟ କୁହାଯାଇନାହିଁ । ଏହାକୁ କେବଳ ଗୋଟିଏ ବ୍ଲୁ କଲରରେ ଉପଲବ୍ଧ କରାଯାଇଛି ।

Get real time updates directly on you device, subscribe now.