fbpx

ଅଫିସରେ ପଶି ସ୍ତ୍ରୀକୁ ହାଣିଦେଲା ସ୍ୱାମୀ: ବରମୁଣ୍ଡା ନିକଟ ଆପାର୍ଟମେଣ୍ଟରେ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ରକ୍ତ ରଞ୍ଜିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର । ଘରୋଇ କଳି ଘରୁ ବାହାରି ବର୍ତ୍ତମାନ ପଦାରେ ପଡ଼ିଥିବା ବେଳେ ମାମଲା ଏବେ ହତ୍ୟା ପର୍ଯ୍ୟନ୍ତ ପହଞ୍ଚିଛି । ବରମୁଣ୍ଡା ନିକଟ ଏକ ଅଫିସରେ ଏଭଳି ଘଟଣା ଘଟିଯାଇଛି । ପାରବାରିକ କଳହକୁ ନେଇ ସ୍ତ୍ରୀ ଉପରେ ଆକ୍ରମଣ କରିଛି ଜହ୍ଲାଦ ସ୍ୱାମୀ । ଅଫିସ୍ ଭିତରେ ପଶିସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି ଜଣେ ଯୁବକ । ପାରିବାରିକ କଳହ ଯୋଗୁଁ ସ୍ତ୍ରୀଙ୍କ ଅଫିସ ଭିତରେ ପଶି ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିବା କହିଛନ୍ତି ଦେଖଣାହାରୀ । ତେବେ ଏଭଳି ଆକ୍ରମଣ ପରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାବ୍ୟତୀତ ଏହି ମାମଲାର ଅଭିଯୁକ୍ତକୁ ଅଟକ ରଖିଛି ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.