fbpx
BSKY SKY
BSKY SKY

ବିଧାନସଭା ଘେରାଉ କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ

BSKY

ଭୁବନେଶ୍ୱର; ବିଧାନସଭା ଘେରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୨ ତାରିଖରୁ ଘେରାଉ କରିବା ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସରକାରଙ୍କ “ଲକ୍ଷ୍ମୀ” ଓ “ମୋ ବସ” ଯୋଜନାକୁ ବିରୋଧ କରି ବିଧାନସଭା ଘେରାଉ କରାଯିବ ବୋଲି ସଂଘ ସଭାପତିଙ୍କ ସୂଚନା ।

ସୂଚନା ଥାଉକି, ଆଜି କଟକ ଘରୋଇ ବସ୍ ମାଲିକ ସଂଘର ଏକ ବୈଠକ ହୋଇଥିଲା । ଏହି ବୈଠକରେ ଆସନ୍ତା ୨୨ ତାରିଖ ଦିନ ବିଧାନସଭା ଆଗରେ ପ୍ରତିବାଦ ନିଷ୍ପତ୍ତିକୁ ସମ୍ମତି ପ୍ରଦାନ କରାଯାଇଛି। ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ୍ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ନିଜର ଦାବି ନେଇ ରାଜଧାନୀରେ ଏକ ବିଶାଳ ସମାବେଶ କରାଯାଇ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ଯଦି ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ ନ କରାଯାଏ ତେବେ କୌଣସି ରାଜନୈତିକ ଦଳକୁ ରାଜନୈତିକ କାର୍ୟ୍ୟକ୍ରମ ପାଇଁ ଘରୋଇ ବସ ଯୋଗାଇ ଦିଆଯିବ ନାହିଁ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.