fbpx

ଜୁଆରେ ପତ୍ନୀଙ୍କୁ ବାଜି ଲଗାଇଦେଲେ ପତି, ଭାଇ ଛଡାଇ ଆଣିବା ପରେ ଦିଅରର ପଡିଲା ଲୋଲୁପ ଦୃଷ୍ଟି

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଅମରୋହାରୁ ଏପରି ଏକ ଖବର ଆସିଛି ଯାହା ପତିପତ୍ନୀଙ୍କ ପବିତ୍ର ସଂପର୍କ ଉପରେ ଦାଗ ଲଗାଇ ଦେଇଛି । ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଯାହା କରିଛନ୍ତି ତାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ଜାଣିଥିଲୁ ମହାଭାରତରେ ପରିସ୍ଥିତିରେ ପଡି ପଞ୍ଚୁ ପାଣ୍ଡବ ସେମାନଙ୍କ ପତ୍ନୀ ଦ୍ରୌପଦୀଙ୍କୁ ଜୁଆରେ ବାଜି ଲଗାଇ ଦେଇଥିଲେ । କିନ୍ତୁ ଏଠି ବି ଏପରି କିଛି ଘଟଣା ଘଟିଛି । ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଜୁଆରେ ବାଜି ଲଗାଇ ଦେଇଥିଲେ । ଏ ବିଷୟରେ ଯେତେବେଳେ ମହିଳାଙ୍କ ଭାଇ ଖବର ପାଇଥିଲେ ସେ ଭଉଣୀଙ୍କୁ ସେଠାରୁ ଛଡାଇ ଆଣିଥିଲେ । କିନ୍ତୁ ଏହାପରେ ବି ମହିଳାଙ୍କ ସମସ୍ୟା କମି ନ ଥିଲା । ଦିନେ ମହିଳାଙ୍କୁ ଘରେ ଏକାକୀ ଦେଖି ତାଙ୍କ ଦିଅର ସୁଯୋଗର ଲାଭ ଉଠାଇଥିଲା ଓ ତାଙ୍କ ସହ ଅଶାଳୀନ ଆଚରଣ କରିବାରେ ଲାଗିଥିଲା । ଏବେ ମହିଳା ଜଣକ ବିଭିନ୍ନ ଧାରାରେ ପତିଙ୍କ ସହିତ ଦିଅରଙ୍କ ବିରୁଦ୍ଧରେ ମାମଲା ଦାଖଲ କରିଛନ୍ତି ।

ଏହି ଘଟଣା ଡିଡୋଲି କୋତୱାଲି ଥାନାରେ ଥିବା ଏକ ଗାଁରେ ଘଟିିଛି । ଏଠାରେ ରହୁଥିବା ଜଣେ ବ୍ୟକ୍ତି ନିଜ ଝିଅକୁ ଦେହାତ ଥାନା ଅଞ୍ଚଳର ଏକ ଗ୍ରାମର ଯୁବକଙ୍କ ସହ ବିବାହ କରାଇଥିଲେ । ମହିଳାଙ୍କ ଅଭିଯୋଗ ବିବାହ ପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ଲାଗି ନିର୍ଯାତନା ଦେଉଥିଲେ । ମାନସିକ ଓ ଶାରୀରିକ ରୂପରେ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦିଆଯାଉଥିଲା । ମହିଳା କହିଛନ୍ତି ତାଙ୍କର ୨ କନ୍ୟା ସନ୍ତାନ ଅଛନ୍ତି ଓ ତାଙ୍କ ପତି ଜଣେ ଜୁଆଡି । ଜୁଆ ଖେଳିବା ଲାଗି ସେ ତାଙ୍କୁ ନିୟମିତ ପଇସା ମାଗୁଥିଲେ । କିଛିଦିନ ତଳେ ତାଙ୍କ ପତି ତାଙ୍କୁ ଦିଲ୍ଲୀ ନେଇଯାଇଥିଲେ । ସେଠାରେ ବି ସେ ଜୁଆ ଖେଳରେ ମାତି ରହୁଥିଲେ । ଜୁଆ ଖେଳିବା ସମୟରେ ଗୋଟିଏ ଦିନ ସେ ନିଜ ପତ୍ନୀଙ୍କୁ ଜୁଆରେ ଲଗାଇଦେଲେ । ଏହା ଜାଣିବା ପରେ ମହିଳାଙ୍କ ଭାଇ ଦିଲ୍ଲୀ ଆସି ତାଙ୍କୁ ଛଡାଇ ଆଣିଥିଲେ ।

ଗତ ୬ମାସ ତଳେ ଶ୍ୱଶୁର ଘର ଲୋକେ ତାଙ୍କୁ ମାରପିଟ୍ କରି ଘରୁ କାଢି ଦେଇଥିଲେ । ମହିଳା କହିଛନ୍ତି ଶାଶୂ ଘରେ ଥିବା ବେଳେ ତାଙ୍କ ଦିଅର ବହୁ ସମୟରେ ତାଙ୍କୁ ଏକାକୀ ଦେଖି ତାଙ୍କ ସହ ଅଶାଳୀନ ଆଚରଣ କରିଛନ୍ତି । ମହିଳାଙ୍କ ଅଭିଯୋଗ ପରେ ଯୌତୁକ ନିର୍ଯାତନା, ଅସଦବ୍ୟବହାର, ମାରପିଟ୍ ଆଦି ଅଭିଯୋଗରେ ପତି ସହିତ ପରିବାରର ୯ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.