fbpx

(Video) ଓଡ଼ିଶାରେ ମିଳିଲା ମହାଭାରତର ବଡ଼ ପ୍ରମାଣ: କନ୍ଧମାଳରୁ ମିଳିଲା ଅର୍ଜୁନଙ୍କ ରଥ ଚକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ କେହି ସହଜରେ ବିଶ୍ୱାସ କରିନଥାନ୍ତି । ତେବେ ଏହା ମଧ୍ୟରେ ଓଡ଼ିଶାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା । ପୌରାଣିକ ଯୁଗ ମହାଭାରତକୁ ନେଇ ଆସିଛି ଏକ ବଡ଼ ଖବର । ମହାଭାରତ ସହ ଓଡ଼ିଶାର ସମ୍ପର୍କକୁ ନେଇ ମିଳିଛି ଏକ ବଡ଼ ସଙ୍କେତ ।

ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି ମହାଭାରତର ଏକ ବଡ଼ ପ୍ରମାଣ । ଜିଲ୍ଲାର କ.ନୂଆଗାଁ ବ୍ଳକ୍ ଅନ୍ତର୍ଗତ ମହାସିଙ୍ଗି ଗ୍ରାମ ପଞ୍ଚାୟତର ପୁରୁଣା ସାହି ଗ୍ରାମ ନିକଟସ୍ଥ ଖଡ୍ଗ ନଦୀର ଅର୍ଜୁନ ଘାଟରୁ ମିଳିଛି ଏକ ବିରଳ ଚକ । ଉକ୍ତ ଚକ ମହାଭାରତର ଅର୍ଜୁନଙ୍କ ରଥ ଚକ ବୋଲି ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ପୂର୍ବରୁ ଅର୍ଜୁନ ଘାଟକୁ ନେଇ ଲୋକଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏବେ ରଥ ଚକ ମିଳିବା ପୁଣି ଥରେ ଉକ୍ତ ଚର୍ଚ୍ଚାକୁ ବଢ଼ାଇ ଦେଇଛି ।

ଓଡ଼ିଶାର ନଦୀ ଗର୍ଭରୁ ଅର୍ଜୁନ-ଶ୍ରୀକୃଷ୍ଣଙ୍କ ଅସ୍ତିତ୍ୱର ଏହି ସଙ୍କେତ ଏବେ ସଭିଙ୍କୁ ଚକିତ କରିଦେଇଛି । ତେଣୁ ଅର୍ଜୁନ ଘାଟ ମହାଭାରତର କାହାଣୀ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହାଭାରତ ଯୁଦ୍ଧରେ ଅର୍ଜନଙ୍କ ରଥର ସାରଥୀ ଥିଲେ ଭଗବାନ ସ୍ୱୟଂ ଶ୍ରୀକଷ୍ଣ । ତେଣୁ ନଦୀ ଗର୍ଭରୁ ରଥ ଚକ ମିଳିବା ପରେ ଏବେ ତାହାକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଛି । ଆଖାପାଖ ଜିଲ୍ଲା ସମେତ ସାରା ଓଡ଼ିଶାରେ ଏହାକୁ ନେଇ ଏବେ ଚହଳ ପଡ଼ିଛି । ପୂଜାପାଠ, ସଂକୀର୍ତ୍ତନରେ ମହାସିଙ୍ଗି ଗ୍ରାମପଞ୍ଚାୟତ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଉଠୁଛି ପଡୁଛି ପୂରା ଗାଁ ।

ସୁମନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଖଡ୍ଗ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ତାଙ୍କ ପାଦରେ ଏକ ଚକ ବାଜିଥିଲା । ଏହାପରେ ସେ ନଦୀ ବାଲିରୁ ଚକକୁ ବାହାର କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ଏହି ଘଟଣା ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇବା ପରେ ଚକଟିକୁ ନଦୀଗର୍ଭରୁ ବାହାର କରାଯାଇଥିଲା । ପରେ ଗ୍ରାମବାସୀ ଉକ୍ତ ଚକକୁ ହରିହର ଠାକୁରଙ୍କ ପୀଠ ନିକଟରେ ରଖି ପୂଜାର୍ଚ୍ଚନା କରିଥିଲେ । ତେବେ ସରକାର ଏହା ଉପରେ ଦଷ୍ଟି ଦେଇ ପୂଜା ମଣ୍ଡପ କରିଦେଲେ ଚକ ସୁରକ୍ଷିତ ହୋଇ ରହିପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.