fbpx
BSKY SKY
BSKY SKY

ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ପଦ୍ମନାଭ ଆଚାର୍ଯ୍ୟଙ୍କ ପରଲୋକ

BSKY

ନୂଆଦିଲ୍ଲୀ: ଚଳିତ ମାସରେ ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ତାହାକୁ ନେଇ ସାରା ଦେଶର ନିର୍ବାଚନୀ ସ୍ଥିତି ସରଗରମ୍ ରହିଛି । ବିଶେଷ କରି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଏହା ମଧ୍ୟରେ ଗତ ୭ ତାରିଖରେ ମିଜୋରାମର ୪୦ଟି ଆସନ ଓ ଛତିଶଗଡ଼ର ୨୦ଟି ଆସନ ପାଇଁ ମତଦାନ ସମାପ୍ତ ହୋଇଛି ।

ତେବେ ଗୋଟିଏ ପଟେ ଦେଶରେ ବିଧାନସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବରିଷ୍ଠ ବିଜେପି ନେତା ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ପଦ୍ମନାଭ ଆଚାର୍ଯ୍ୟଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ପଦ୍ମନାଭଙ୍କୁ ୯୨ ବର୍ଷ ହୋଇଥିଲା । ମୁମ୍ବାଇ ସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଦଳୀୟ ସୂତ୍ରରୁ କୁହାଯାଇଛି ।

ବରିଷ୍ଠ ବିଜେପି ନେତା ପଦ୍ମନାଭ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହ କାର୍ଯ୍ୟ କରିଥିଲେ । ସେ ନାଗାଲାଣ୍ଡ, ଆସାମର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ସେ ମଣିପୁର ଓ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ । ତାଙ୍କର ମୃତ୍ୟୁରେ ରାଷ୍ଟ୍ରପତି ଦ୍ରୌଦପୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ରାଜନେତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ୯ ତାରିଖ ଦିନ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଶୁତୋଷ ଟଣ୍ଡନଙ୍କର ପରଲୋକ ଘଟିଥିଲା ।

Get real time updates directly on you device, subscribe now.