fbpx

ଆଇସୋଲେସନ୍ ରେ ରହିବା ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !

ମୁମ୍ବାଇ ୨୫ । ୪ (ଓଡିଶା ଭାସ୍କର) : ସ୍ତ୍ରୀକୁ ହତ୍ୟା କଲା କରୋନା ପଜିଟିଭ ସ୍ୱାମୀ । କରୋନା ପଜିଟିଭ ସ୍ୱାମୀକୁ ଆଇସୋଲେସନରେ ରହିବା ପାଇଁ କହିବାରୁ ଏମିତି ନାରକୀୟ କାଣ୍ଡ ଘଟାଇଥିଲା ସ୍ୱାମୀ । ଏଭଳି ଏକ ଘଟଣା ନବି ମୁମ୍ବାଇରେ ଘଟିଯାଇଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସନ୍ତୋଷ ପାଣ୍ଡୁରଙ୍ଗା ପାଟିଲ୍ । ଏହି ହତ୍ୟାକାଣ୍ଡ ପରେ ପନବେଲ୍ ପୋଲିସ୍ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ବୟସ ୪୦ ବର୍ଷ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଗତକାଲି ରାତି ୧୧ ଟା ସମୟରେ ସାଇ ସତ୍ୟମ୍ ରେସିଡେଣ୍ଟ୍ ବିଲିଡିଙ୍ଗରୁ ପୋଲିସ୍ ଷ୍ଟେସନକୁ ହତ୍ୟା ଘଟଣା ନେଇ ଏକ ଫୋନ୍ କଲ୍ ଆସିଥିଲା । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯକ୍ତ ସନ୍ତୋଷ ପାଣ୍ଡୁରଙ୍ଗା ପାଟିଲଙ୍କୁ ଗିରଫ କରିବା ସହ କୋଭିଡ୍ ସେଣ୍ଟର ପଠାଇଥିଲେ । ଏହାସହିତ ହତ୍ୟା କରାଯାଇଥିବା ଅସ୍ତ୍ରଟିକୁ ମଧ୍ୟ ପୋଲିସ୍ ଘର ଭିତରୁ ଜବତ କରିଥିଲା ।

ପୋଲିସ୍ କହିବା ଅନୁସାରେ ୪ ଦିନ ପୂର୍ବରୁ ଅଭିଯୁକ୍ତ ସନ୍ତୋଷ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିପାଇଁ ତାଙ୍କ ସ୍ତ୍ରୀ ବାଲକୋନିରେ ଆଇସୋଲେସନ ହୋଇ ରହିବା ପାଇଁ ତାଙ୍କୁ କହିଥିଲେ । ଏହାପାଇଁ ମେଡିକାଲ ଚିକିତ୍ସା ଦରକାର କହିବା ସହ ହସ୍ପିଟାଲ ଯିବା ଲାଗି ଅନୁରୋଧ ମଧ୍ୟ କରିଥିଲେ । ଏହି କଥାକୁ ନେଇ ସନ୍ତୋଷ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଯେଉଁଥିରେ ଅଭିଯୁକ୍ତ ରାଗି ଯାଇ ଏକ ଦାଆ ସାହାଯ୍ୟରେ ନିିଜ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ । ପୋଲିସ୍ ଏକଥା ମଧ୍ୟ କହିଛି କି ଏହି ଦମ୍ପତ୍ତିଙ୍କ ଗୋଟିଏ ୧୧ ବର୍ଷର ପୁଅ ମଧ୍ୟ ରହିଛି । ଦମ୍ପତ୍ତିଙ୍କ ମଧ୍ୟରେ ଧସ୍ତା ଧସ୍ତି ଓ କଳହ ଲାଗିବା ଆଗରୁ ତାଙ୍କ ପୁଅ ପାଖ ପଡୋଶୀଙ୍କ ଘରେ ଥିଲା । ଏବେ ଆମେ ଅଭିଯୁକ୍ତଙ୍କୁ କୋଭିଡ୍ କେୟାର ସେଣ୍ଟରେ ରଖିଛୁ । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.