fbpx

ଏଣିକି ସ୍ୱାମୀ ହତ୍ୟାକାରୀ ପାଇବେ ପରିବାର ପେନସନ, ଏନେଇ ଆସିଲା ହାଇକୋର୍ଟଙ୍କ ରାୟ

ଚଣ୍ଡିଗଡ଼, ୩୧ା୧: ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ରାୟ ଅନୁଯାୟୀ, ଜଣେ ସ୍ୱାମୀ ହତ୍ୟାକାରୀ ପରିବାର ପେନସନ୍ ପାଇବା କ୍ଷେତ୍ରରେ କୌଣସି ଆଇନଗତ ପ୍ରତିବନ୍ଧକ ରହିବ ନାହିଁ ।

ପରିବାର ପେନସନ ଯୋଜନା ଏକ କଲ୍ୟାଣକାରୀ ଯୋଜନା, ଯାହା ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆରମ୍ଭ କରାଯାଇଥିଲା । ତେବେ ପତ୍ନୀ ଜଣକ କ୍ରାଇମବ୍ରାଞ୍ଚରେ ଦୋଷୀ ହୋଇଥିଲେ ମଧ୍ୟ ପାରିବାରିକ ପେନସନ୍ ପାଇବାକୁ ହକଦାର ବୋଲି କୋର୍ଟ ରାୟ ଶୁଣାଇଛନ୍ତି ।

ଅମ୍ବାଲାର ବଲଜିତ କୌର ନାମକ ଜଣେ ମହିଳାଙ୍କ କେସରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ବଲଜିତଙ୍କ ସ୍ୱାମୀ ତାରସେମ ସିଂ ହରିୟାଣା ସରକାରଙ୍କ ଅଧୀନରେ ଜଣେ କର୍ମଚାରୀ ଥିଲେ । ୨୦୦୯ରେ ତାରସେମଙ୍କୁ ହତ୍ୟା କରାଯାଇଥିଲା । ବଲଜିତ ୨୦୧୧ରେ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ୨୦୧୧ ପରଠାରୁ ହରିୟାଣା ସରକାର ବଲିଜିତଙ୍କର ପେନସନ୍ ବନ୍ଦ କରିଦେଇଥିଲେ ।

ତେବେ ପଞ୍ଜାବ ଓ ହରିୟାଣୀ ହାଇକୋର୍ଟ ସରକାରୀ ଆଦେଶକୁ ଏଡ଼ାଇ ଦେଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ସ୍ତ୍ରୀ ୧୯୭୨ ସିସିଏସ (ପେନସନ) ପାଇବାକୁ ବାଧ୍ୟ । ଏପରିକି ବିଧବା ପତ୍ନୀ ପୁନର୍ବାର ବିବାହ କଲେ ମଧ୍ୟ ପେନସନ ପାଇବେ ବୋଲି କୋର୍ଟ ରାୟ ଶୁଣାଇଛନ୍ତି ।

Get real time updates directly on you device, subscribe now.