ଡଷ୍ଟବିନରେ ଗଡ଼ିଲା ସ୍ୱାମୀ-ସ୍ତ୍ରୀ କଳି… ସ୍ୱାମୀଙ୍କ କାରନାମା ଦେଖି ଚାରିଆଡ଼େ ଚର୍ଚ୍ଚା
ସ୍ତ୍ରୀଙ୍କ ଉପରେ ରାଗି କଲେ ଏମିତି କାମ । ଯିଏ ଦେଖିଲା ସେ ମୁଣ୍ଡରେ ହାତଦେଲା ।
ମସ୍କୋ: ରୁଷିଆ ରାଜଧାନୀ ମସ୍କୋରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ-ସ୍ତ୍ରୀଙ୍କ କଳି ଏବେ ପଦାରେ ନ ପଡ଼ି ଗଡ଼ୁଛି ଡଷ୍ଟବିନରେ ।
ବୈବାହିକ ଜୀବନରେ କଳି-ଗୋଳ ଏକ ସାଧାରଣ କଥା ହୋଇଥିବାବେଳେ ମସ୍କୋରେ ଘଟିଯାଇଥିବା ଏ ଘଟଣା ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ଭାଲେଣ୍ଟାଇନ୍ସ ଡେ’ ପାଇଁ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ଏକ କାର୍ ଗିଫ୍ଟ କରିଥିଲେ ।
ଗିଫ୍ଟରୁ କଳି: କାରର ଦାମ୍ ଥିଲା ୨୭ ଲକ୍ଷ ଟଙ୍କା । କିନ୍ତୁ ସ୍ତ୍ରୀ କାର୍ ନେବା ପାଇଁ ମନା କରିବାରୁ ସ୍ୱାମୀ ରାଗିଯାଇ କାରଟିକୁ ଡଷ୍ଟବିନରେ ପକାଇ ଦେଇଛନ୍ତି । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲିବାରେ ଲାଗିଛି ।
ନୂଆ ଦରକାର ଥିଲା: ମିଡିଆ ରିପୋର୍ଟ ମୁତାବକ କାର୍ଟି ନୂଆ ନ ଥିଲା । ଏହା ଏକ ସେକେଣ୍ଡହ୍ୟାଣ୍ଡ କାର୍ ଥିଲା, କାରଟିକୁ ଠିକ୍ କରି ସ୍ୱାମୀ ମହିଳା ଦିବସ ଅବସରରେ ସ୍ତ୍ରୀଙ୍କୁ ଗିଫ୍ଟ ଦେବାକୁ ଚାହୁଁଥିଲେ, କିନ୍ତୁ ଏହାପୂର୍ବରୁ କାରଟି ଠିକ୍ ହୋଇଯାଇଥିଲା ।
ଯାହାଫଳରେ ସ୍ୱାମୀ ଜଣକ ଭାଲେଣ୍ଟାଇନ୍ସ ଡେ’ ପାଇଁ ମହିଳାଙ୍କୁ କାର୍ ଉପହାର କରିଥିଲେ । କିନ୍ତୁୂ ସ୍ତ୍ରୀ ଏହି ପୁରୁଣା କାରକୁ ଗ୍ରହଣ କରି ନ ଥିଲେ, ଯାହାପରେ ସ୍ୱାମୀ ରାଗିଯାଇ କାରକୁ ଡଷ୍ଟବିନରେ ଫିଙ୍ଗିଦେଇଥିଲେ ।