fbpx

ଶତ ଚେଷ୍ଟା ପରେ ବି ପାରିଲାନି ହାଇଦ୍ରାବାଦ: ମ୍ୟାଚକୁ ୨୧ ରନରେ ନିଜ ନାମରେ କଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ୫୦ତମ ମ୍ୟାଚରେ ହାଇଦ୍ରାବାଦକୁ ହରାଇ ଆଉ ୨ ପଏଣ୍ଟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୦୮ ରନର ବିଶାଳ ସ୍କୋରର ପିଛା କରି ୮ ୱିକେଟ ବିନିମୟରେ ମାତ୍ର ୧୮୬ ରନରେ ଅଟକିଛି ସନରାଇଜର୍ସ ହାଇଦ୍ରାବାଦ । ନିକୋଲାସ ପୁରନ ଏବଂ ଏଡେନ ମାକ୍ରମଙ୍କ ଦମଦାର ପାଳି ପରେ ମଧ୍ୟ ହାଇଦ୍ରାବାଦକୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ତେବେ ଏହି ମ୍ୟାଚରେ ହାଇଦ୍ରବାଦ ପାଇଁ ସବୁଠୁ ବଡ ଖଳନାୟକ ସାଜିଛନ୍ତି ପୂର୍ବତନ ଅଧିନାୟକ ଡାଭିଡ ୱାର୍ଣ୍ଣର ।

୨୦୮ ରନର ବିଶାଳ ସ୍କୋର ଲକ୍ଷ୍ୟ ନେଇ ପଡିଆକୁ ଆସିଥିବା ଦୁଇ ଓପନରଙ୍କୁ ଖୁବ କମ ସମୟରେ ହରାଇଥିଲା ହାଇଦ୍ରାବାଦ । ଅଭିଶେକ ୭ ଏବଂ ୱିଲିୟମସନ ୪ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ରାହୁଲ ତ୍ରିପାଠୀ ଏବଂ ଏଡେନ ମାକ୍ରମ ଦଳକୁ ମଜବୁତ ସ୍ଥିତି ଦେବାକୁ ଚେଷ୍ଟା କରୁଥିବା ବେଳେ ମିଚେଲ ମାର୍ଶଙ୍କ ବଲରେ ଆଉ ହୋଇଥିଲେ ରାହୁଲ । ତେବେ ଭଲ ଲୟରେ ଖେଳୁଥିବା ମାକ୍ରମ ମଧ୍ୟ ୨୫ ବଲରୁ ୪୨ ରନ କରି ଖଲୀଲ ଅହମଦଙ୍କ ଶିକାର ହୋଇଥିଲେ । ଏହାପରେ ଶଶାଙ୍କ ସିଂହ ମାତ୍ର ୧୦ ରନରେ ନିଜ ୱିକେଟ ଫିଙ୍ଗିଥିଲେ । କିନ୍ତୁ ଅନ୍ୟ ପକ୍ଷରେ ଦଳ ପାଇଁ ଏକାକୀ ଯୁଦ୍ଧ କରୁଥିଲେ ନିକୋଲାସ ପୁରନ । ଶେଷରେ ୩୪ ବଲରୁ ୨ ଚୌକା ଏବଂ ୬ ଛକା ସହିତ ୬୨ ରନର ପାଳି ଖେଳି ପୁରନ ପାଭିଲିୟନ ଫେରିଥିଲେ । ପୁରନଙ୍କ ପରେ ଦଳର ବିଜୟ ଆଶା ମଉଳି ଯାଇଥିଲା । ଶେଷ ଓଭରରେ ୨୭ ରନ ଆବଶ୍ୟକ ଥିବା ବେଳେ ଏହାକୁ ଡିଫେଣ୍ଡ କରିବାରେ ସଫଳ ହୋଇଛନ୍ତି କୁଳଦୀପ ଯାଦବ । ଫଳରେ ଦିଲ୍ଳୀ ଏହି ମ୍ୟାଚରେ ୨୧ ରନରେ ବିଜୟ ହାସଲ କରିଛି ।

ତେବେ ଦଳ ପାଇଁ ସବୁଠୁ ସଫଳ ବୋଲର ପାଲଟିଛନ୍ତି ଖଲୀଲ ଅହମଦ । ୪ ଓଭରରେ ୩୦ ରନ ଖର୍ଚ୍ଚ କରି ୩ଟି ମୂଲ୍ୟବାନ ୱିକେଟ ନେଇଛନ୍ତି ଖଲୀଲ । ସେହପରି ଶାର୍ଦ୍ଦୁଳ ଠାକୁର ୪ ଓଭରରେ ୪୪ ରନ ଦେଇ ୨ଟି ଶିକାର କରିଛନ୍ତି । ତେବେ ଏନରିଚ ନୋକିଆ, ମିଚେଲ ମାର୍ଶ ଏବଂ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.