fbpx

ହାଇଦ୍ରାବାଦ ମାମଲାର ନିରପେକ୍ଷ ତଦନ୍ତ ହେଉ: ସିଜେଆଇ

ନୂଆଦିଲ୍ଲୀ,୧୨ ।୧୨: ସୁପ୍ରିମକୋର୍ଟରେ ଆଜି ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ଶୁଣାଣି ହୋଇଛି । ଏହି ଅବସରରେ ମାମଲାର ନିରପେକ୍ଷ ତଦନ୍ତ ହେଉ ବୋଲି ସିଜେଆଇ ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି । ଏହା ସହ ସିଜେଆଇ କହିଛନ୍ତି ଯେ, ‘ଏନକାଉଣ୍ଟର ନେଇ ହେଉଥିବା ଦାବି ଉପରେ ତଦନ୍ତ ଜରୁରୀ । ସତ୍ୟତା ଜାଣିବା ଲୋକଙ୍କ ଅଧିକାର । ଅଭିଯୁକ୍ତଙ୍କ ଶବକୁ ସଂରକ୍ଷିତ ରଖାଯାଉ ।’

ତେବେ ପୂର୍ବତନ ସୁପ୍ରିମକୋଟ ବିଚାରପତିଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠିତ ହୋଇଛି । ୬ ମାସ ମଧ୍ୟରେ ତଦନ୍ତ ସାରିବାକୁ ଜଷ୍ଟିସ୍ ଭି.ଏସ୍. ଶ୍ରୀପୁରକରଙ୍କ ଟିମକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସମେତ ଜଣେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ସାମିଲ ହୋଇଛନ୍ତି । ଏହି ମାମଲାରେ କୌଣସି ଖବର ଗଣମାଧ୍ୟମରେ ପ୍ରସାରଣ କରିବା ଉପରେ ସୁପ୍ରମକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ହାଇଦ୍ରାବାଦର ମହିଳା ଡାକ୍ତର ଦିଶାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ । ଅଭିଯୁକ୍ତମାନେ ଖସି ପଳାଉଥିବା ବେଳେ ଏନଏଚ୍-୪୪ରେ ଏନକାଉଣ୍ଟର କରିଥିଲା ତେଲେଙ୍ଗାନା ପୋଲିସ । ଯେଉଁ ରାଜପଥରେ ଗଣଦୁର୍ଷ୍କମର ଶିକାର ହୋଇଥିଲେ ମହିଳା ଡାକ୍ତର, ସେହି ସ୍ଥାନରେ ଏନକାଉଣ୍ଟର ହୋଇଥିଲେ ଦୁଷ୍କର୍ମକାରୀ । ଭୋର ୫ଟା ୪୦ରୁ ୬ଟା ୧୫ମଧ୍ୟରେ ଏନକାଉଣ୍ଟର ହୋଇଥିଲା ।

Get real time updates directly on you device, subscribe now.