fbpx

୫-ଟିରେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର):ରାଜ୍ୟ ସରକାରଙ୍କ ୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ । ଏନେଇ ଯୋଜନା ଓ ସମିଶ୍ରଣ ବିଭାଗକୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ଏଣିକି ସମସ୍ତ ସରକାରୀ କଲେଜଗୁଡ଼ିକରେ ଅଧ୍ୟାପକ ଅଧ୍ୟାପିକାଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ୭ ଘଣ୍ଟା ବାଧ୍ୟତାମୂଳକ ରହିବ। ଏହା ସହ ଛାତ୍ରାଛାତ୍ରୀ ବୃତ୍ତି ଲାଗି ସ୍କଲାରସିପ୍ ପରିଷଦ ଗଠନ ହେବ । ଜିଲ୍ଲା ଓ ବ୍ଲକ ସ୍ତରୀୟ ମେଧାବୀ ତାଲିକା ବଛାଯାଇ ଲାପଟପ୍ ଦିଆଯିବ । କଲେଜରେ କାର୍ଯ୍ୟରତ ଶିକ୍ଷକ ତଥା କର୍ମଚାରୀଙ୍କ ପାଇଁ ଏକକ ଟ୍ରାନ୍ସଫର୍ ବ୍ୟବସ୍ଥା ଲାଗୁ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ସେପଟେ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ କରାଯିବ। ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦେଇପାରିବେ ନାହିଁ।ସାମସ ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ଫିଡ୍ ବ୍ୟାକ୍ ପଠାଇପାରିବେ । ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିୟର କାଉନସିଲଂ ସେଲକୁ ଦୃଢ କରାଯିବ । ସର୍ବଭାରତୀୟ ସେବା ପରୀକ୍ଷା ପାଇଁ ଓଡିଆ ଛାତ୍ରଛାତ୍ରୀଙ୍କୁ ବ୍ୟବସ୍ଥା କରାଯିବ । ମୋ ସ୍କୁଲ ଭଳି ମୋ କଲେଜ ପ୍ରତିଷ୍ଠା ହେବ । ପୁରୁଣା ଛାତ୍ରଛାତ୍ରୀ କଲେଜ ଲାଗି ଅର୍ଥ ପ୍ରଦାନ କରିପାରିବେ ।

Get real time updates directly on you device, subscribe now.