fbpx

ନାଗରିକତା ସଂଶୋଧନ ବିଲ୍ ପାସକୁ ନେଇ ଅଣଆୟତ ଉତ୍ତର ପୂର୍ବାଞ୍ଚଳ

ଆସାମ, ୧୨ା୧୨: ନାଗରିକତା ସଂଶୋଧନ ବିଲକୁ ଉତ୍ତରପୂର୍ବାଞ୍ଚଳ ଭାରତରେ ପ୍ରବଳ ବିରୋଧ ହୋଇଥିବା ଜଣାପଡ଼ିଛି । ଆସାମ, ଅରୁଣାଚଳପ୍ରଦେଶ, ପଶ୍ଚିମବଙ୍ଗ ଓ ୟୁପିରେ ବିରୋଧ ପ୍ରଦର୍ଶନ ହୋଇଥିବା ସୂଚନା ମିଳିଛି । ଆସାମର ଦିବ୍ରୁଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଢ଼େଲା ମାଡ଼ ହୋଇଛି । ଏହାସହ ସେଠାରେ ବିଜେପି ବିଧାୟକଙ୍କ ଘର ଉପରେ ମଧ୍ୟ ବିକ୍ଷୋଭକାରୀ ଆକ୍ରମଣ କରିଛନ୍ତି । ଆସାମ ଓ ତ୍ରିପୁରାରେ ସ୍ଥିତି ଅଣାୟତ ହେବାରୁ ସେନା ମୁତୟନ ହୋଇଛନ୍ତି । ଗୁଆହାଟୀରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପାଇଁ କର୍ଫ୍ୟୁ ମଧ୍ୟ ଜାରି ହୋଇଛି । ପୋଲିସର କାର୍ଯ୍ୟାନୁଷ୍ଠାନରେ ୨୫ ବିକ୍ଷୋଭକାରୀ ଆହତ ମଧ୍ୟ ହୋଇଛନ୍ତି । ସେନାର ପଇଁତରା, ଇଣ୍ଟରନେଟ ବନ୍ଦ୍ ହେବା ସାଙ୍ଗକୁ ବହୁ ଟ୍ରେନ ବାତିଲ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତ କାଲି ବହୁ ତର୍କ ବିତର୍କ ପରେ ରାଜ୍ୟସଭାରେ ନାଗରିକତା ବିଲ୍ ପାସ ହୋଇଥିଲା । ବିଲ୍ ସପକ୍ଷରେ ୧୨୫ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ ପଡ଼ିଥିଲା । ସେହିପରି ପୂର୍ବରୁ ମଧ୍ୟ ଏହି ବିଲ୍ ବହୁ ମତରେ ଲୋକସଭାରେ ପାସ୍ ହୋଇଥିଲା । ବିଲ୍ ସପକ୍ଷରେ ୨୯୩ଟି ଭୋଟ ପଡ଼ିଥିଲା ଏବଂ ବିପକ୍ଷରେ ୮୨ଟି ଭୋଟ୍ ପଡ଼ିଥିଲା । ଯେତେବେଳେ ସଂସଦରେ ୩୭୫ଜଣ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.