fbpx

ନାଗରିକତା ସଂଶୋଧନ ବିଲ୍ ପାସ୍, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ IUML

ନୂଆଦିଲ୍ଲୀ,୧୨ା୧୨: ଲୋକସଭା ଓ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାସ୍ ହୋଇଥିଲ । ଏହି ବିଲ ପାସକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ IUML(ଇଣ୍ଡିଆନ ୟୁନିଅନ ମୁସଲିମ୍ ଲିଗ୍ )। ଏନେଇ ଆଜି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିବ IUML ବୋଲି ସୂଚନା ମିଳିଛି।ଏହାସହ ବିଲକୁ ଅସାମ୍ବିଧାନିକ କହିଛି ଇଣ୍ଡିଆନ ୟୁନିଅନ ମୁସଲିମ୍ ଲିଗ୍ ।

ଏହି ବିଲ୍ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ୍, ଖ୍ରୀଷ୍ଟିଆନ, ପାର୍ସୀ ଓ ଜୈନ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । କିନ୍ତୁ ସେଥିରେ ମୁସଲିମ ମାନଙ୍କୁ ନାଗରିକତା ଦିଆଯିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ଗତ କାଲି ବହୁ ତର୍କ ବିତର୍କ ପରେ ରାଜ୍ୟସଭାରେ ନାଗରିକତା ବିଲ୍ ପାସ ହୋଇଥିଲା । ବିଲ୍ ସପକ୍ଷରେ ୧୨୫ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ ପଡ଼ିଥିଲା । ସେହିପରି ପୂର୍ବରୁ ମଧ୍ୟ ଏହି ବିଲ୍ ବହୁ ମତରେ ଲୋକସଭାରେ ପାସ୍ ହୋଇଥିଲା । ବିଲ୍ ସପକ୍ଷରେ ୨୯୩ଟି ଭୋଟ ପଡ଼ିଥିଲା ଏବଂ ବିପକ୍ଷରେ ୮୨ଟି ଭୋଟ୍ ପଡ଼ିଥିଲା । ଯେତେବେଳେ ସଂସଦରେ ୩୭୫ଜଣ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.