fbpx

ଗୁଜୁରାଟକୁ ଝଟକା: ହାର୍ଦ୍ଦିକଙ୍କ ଟିମକୁ ୮ ୱିକେଟରେ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କଲା ହାଇଦ୍ରାବାଦ

AAKASH

ମୁମ୍ବାଇ: ଗୁଜରାଟ-ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ବାଜି ମାରିନେଇଛି ସନରାଇଜର୍ସ ହାଇଦ୍ରାବାଦ । ଗୁଜୁରାଟକୁ ମାତ ଦେଇ ଆଉ ୨ ମୂଲ୍ୟବାନ ପଏଣ୍ଟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । ହାର୍ଦ୍ଦିକଙ୍କ ଅର୍ଦ୍ଧଶତକ ପରେ ମଧ୍ୟ ବିଜୟରୁ ୮ ୱିକେଟ ଦୂରରେ ରହିଯାଇଛି ଗୁଜୁରାଟ । ହାଇଦ୍ରାବାଦ ଏହି ୧୬୩ ରନର ଏହି ଲକ୍ଷ୍ୟକୁ ଶେଷ ଓଭରରେ ହାସଲ କରି ମ୍ୟାଚରେ ବିଜୟ ମୁକୁଟ ପିନ୍ଧିଛି । ତେବେ ଦଳ ପକ୍ଷରୁ ଅଧିନାୟକ କେନ ୱିଲିୟମସନ ସର୍ବାଧିକ ୫୭ ରନ କରିଛନ୍ତି ।

IPL 2022, SRH vs RR Live Score Updates: Kane Williamson, Rahul Tripathi Depart, Prasidh Krishna Strikes Twice | Cricket News - ABC NEWS TALK

ପ୍ରଥମେ ବ୍ୟାଟିଂ କରି ଅଧିନାୟକ ହାର୍ଦ୍ଦିକଙ୍କ ଦମଦାର ଶତକ ଏବଂ ଅଭିନବ ମନୋହରଙ୍କ ଦ୍ରୁତ ୩୫ ରନ ବଳରେ ହାଇଦ୍ରାବାଦକୁ ମିଳିଥିଲା ୧୬୩ ରନର ଲକ୍ଷ୍ୟ । କିନ୍ତୁ ଏହାକୁ ୮ ୱିକେଟରେ ଜିତି ନେଇଛି ହାଇଦ୍ରାବାଦ । ଦଳ ପକ୍ଷରୁ ଅଧିନାୟକ କେନ ୱିଲିୟମସନ ୪୬ ବଲରୁ ୨ ଚୌକା ଏବଂ ୪ ଛକା ସହ ୫୭ ରନ ହାସଲ କରିଥିବା ବେଳେ ଅଭିଶେକ ଶର୍ମା ମଧ୍ୟ ୩୨ ବଲରେ ୬ ଚୌକା ସହିତ ୪୨ ରନ ସଂଗ୍ରହ କରିଥିଲେ । ତେବେ ଶେଷରେ ନିକୋଲସ ପୁରନଙ୍କ ଦମଦାର ପାଳି ଦଳକୁ ମ୍ୟାଚରେ ବିଜୟ କରାଇଛି । ୧୮ ବଲରେ ୨ ଚୌକା ଏବଂ ୨ ଛକା ସହିତ ୩୪ ରନ କରିଛନ୍ତି ପୁରନ । ଅନ୍ୟ ପକ୍ଷରେ ରାହୁଲ ତ୍ରିପାଠୀ ୧୧ ବଲରେ ୧୭ ରନ କରି ଖେଳୁଥିବା ସମୟରେ ଆଗାତପ୍ରାପ୍ତ ହୋଇ ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ ଫେରିଥିଲେ । ଏଡେନ ମ୍ରାକ୍ରମ ମଧ୍ୟ ୮ ବଲରୁ ୧୨ ରନ କରି ପୁରନଭ୍କୁକୁବ ସାହାଯ୍ୟ କରିଛନ୍ତି ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ।

ସେପଟେ ଗୁଜୁରାଟ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରାଶିଦ ଖାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ୪ ଓଭରରେ ମାତ୍ର ୨୭ ରନ ବ୍ୟୟ କରି ଗୋଟିଏ ୱିକେଟ ହାସଲ କରିଛନ୍ତି ପାଣ୍ଡ୍ୟା । ତେବେ ଅନ୍ୟ ସମସ୍ତ ବୋଲର ୱିକେଟଶୂନ୍ୟ ରହିଛନ୍ତି । ଲକି ଫର୍ଗୁସନ ଏବଂ ଦର୍ଶନ ନଲକନ୍ଦେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।େ ୬ ଓଭରରେ ୬୮ ରନ ବ୍ୟୟ କରିଛନ୍ତି ଉଭୟ ଖେଳାଳି । ଫଳରେ ଦଳକୁ ପରାଜୟର ସାମନା କରିବାକୁ ପଡିଛି ।

Get real time updates directly on you device, subscribe now.