fbpx

(Video) World Cup-2023ରେ ହାଇଡ୍ରାମା; କ୍ରିକେଟ ଇତିହାସରେ ପ୍ରଥମ ଥର ଏଭଳି ଆଉଟ ହେଲେ ଖେଳାଳି: ମାଥ୍ୟୁଜ୍ ‘Time Out’

Advertisement

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଏବଂ ବାଂଲାଦେଶ । ଦିଲ୍ଲୀର ବାୟୁ ପ୍ରଦୂଷଣ ମଧ୍ୟ ଖେଳା ଯାଉଥିବା ଏହି ମ୍ୟାଚରେ ଦେଖିବାକୁ ମିଳିଛି ଚଳିତ ବିଶ୍ୱକପର ସବୁଠୁ ବଡ଼ ବିବାଦ । ୧୪୬ ବର୍ଷର କ୍ରିକେଟ ଇତିହାସରେ ପ୍ରଥମ ଥର ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଯେଉଁଠି କୌଣସି ବ୍ୟାଟର ହେଲମେଟ ଆଣି ନଥିବାରୁ ତାଙ୍କୁ ଅମ୍ପାୟାର ଆଉଟ ବୋଲି ଘୋଷଣା କରିଛନ୍ତି । ଯାହାଫଳରେ ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁଜ୍ କୌଣସି ବଲ୍ ନ ଖେଳି ପାଭିଲିୟନ୍ ଫେରିଛନ୍ତି ।

ବାଂଲାଦେଶ ଦଳର ଅଧିନାୟକ ଶାକିବ ଅଲ୍ ହସନ୍ ଙ୍କ ଚକ୍ରାନ୍ତ ଭିତରେ ଫସି ଯାଇଛନ୍ତି ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁଜ । ୧୪୬ ବର୍ଷ କ୍ରିକେଟ ଇତିହାସରେ ପ୍ରଥମ ଖେଳାଳି ଭାବରେ ମାଥ୍ୟୁଜ୍ ‘ଟାଇମ୍ ଆଉଟ୍’ର ଶିକାର ହୋଇ ପାଭିଲିୟନ୍ ଫେରିଛନ୍ତି । ତେବେ ଏଭଳି ଆଉଟ୍ ହେବାର ଏକମାତ୍ର କାରଣ ଥିଲା ତାଙ୍କର ହେଲମେଟ୍ । ବାଂଳାଦେଶ ତରଫରୁ ୨୫ତମ ଓଭର ନେଇ ଆସିଥିଲେ ଅଧିନାୟକ ଶାକିବ । ଏହି ଓଭରର ଦ୍ୱିତୀୟ ବଲରେ ସଦୀରା ସମରବିକ୍ରମାଙ୍କୁ ଆଉଟ କରି ସେ ପାଭିଲିୟନ ପଠାଇଛନ୍ତି । ଏହାପରେ ଆଞ୍ଜେଲୋ ମାଥ୍ୟୁଜ୍ ମଇଦାନକୁ ଆସିଥିଲେ । ତେବେ ଏହି ସମୟରେ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ମାଥ୍ୟୁଜ୍ ଆଣିଥିବା ହେଲମେଟଟି ଭାଙ୍ଗି ଯାଇଥିଲା, ତେଣୁ ସେ ଅନ୍ୟ ଏକ ହେଲମେଟ ଆଣିବା ପାଇଁ ସାଥୀ ଖେଳାଳିଙ୍କୁ କହିଥିଲେ । କିନ୍ତୁ ଅଧିନାୟକ ଶାକିବ ଆଉଟ୍ ଅପିଲ କରି ଦେଇଥିଲେ ।

 

View this post on Instagram

 

A post shared by ICC (@icc)

ଶାକିବଙ୍କ ଏହି ଅପିଲକୁ ପ୍ରଥମେ ଅମ୍ପାୟାର ମଜାକ ବୋଲି ଭାବି ଧ୍ୟାନ ଦେଇ ନଥିଲେ । କିନ୍ତୁ ପରେ ଶାକିବ ଅମ୍ପାୟାରଙ୍କୁ ‘ଟାଇମ୍ ଆଉଟ୍’ ଅପିଲ ବିଷୟରେ ମନେ ପକାଇ ଆଉଟ ଦେବାକୁ କହିଥିଲେ । ତେବେ ଶାକିବଙ୍କ ଏହି ଅପିଲକୁ ସ୍ୱୀକାର କରି ଆଞ୍ଜେଲୋ ମାଥ୍ୟୁଜଙ୍କୁ ଆଉଟ ଘୋଷଣା କରିଛନ୍ତି । ତେବେ ଅମ୍ପାୟାର ଏବଂ ବାଂଲାଦେଶ ଖେଳାଳିଙ୍କ ସହ ଆଲୋଚନା ପରେ ମଧ୍ୟ ମାଥ୍ୟୁଜଙ୍କୁ ନିରାଶ ହୋଇ ପାଭିଲିୟନ ଫେରିବାକୁ ପଡ଼ିଛି । ଏଭଳି ଭାବରେ ବାଂଲାଦେଶ ମାତ୍ର ଗୋଟିଏ ବଲରେ ୨ଟି ୱିକେଟ ଅକ୍ତିଆର କରିଛି । ତେବେ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ‘ଟାଇମ୍ ଆଉଟ୍’ର ଶିକାର ହୋଇଛନ୍ତି କୌଣସି ଖେଳାଳି ।

କ୍ରିକେଟର ୪୦.୧.୧ ଅନୁସାରେ ଜଣେ ଖେଳାଳି ଆଉଟ ହେବା ପରେ ପରବର୍ତ୍ତୀ ବ୍ୟାଟ୍ସମ୍ୟାନଙ୍କୁ ମଇଦାନକୁ ପ୍ରସ୍ତୁତ ହୋଇ ଆସିବା ପାଇଁ ମାତ୍ର ୩ ମିନିଟ୍ ସମୟ ଦିଆଯାଏ । ତେବେ ଏଥିରେ ବିଳମ୍ବ ହେଲେ ପରବର୍ତ୍ତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ ବୋଲି ଘୋଷଣା କରାଯାଇଥାଏ । ଏହି ନିୟମକୁ କ୍ରିକେଟରେ ‘ଟାଇମ୍ ଆଉଟ’ ବୋଲି କୁହାଯାଏ । ତେବେ ଏହି ନିୟମରେ କୌଣସି କ୍ରିକେଟର ଅନ୍ତର୍ଜାତୀୟ ମ୍ୟାଚରେ ଆଉଟ ହୋଇ ନଥିଲେ । ତେବେ ଫାଷ୍ଟ କ୍ଲାସ କ୍ରିକେଟରେ ୬ ଜଣ କ୍ରିକେଟର ଆଉଟ ହୋଇ ସାରିଛନ୍ତି ।

Get real time updates directly on you device, subscribe now.