fbpx
BJD SKY
BJD SKY

ଦିଲ୍ଲୀରେ ଘଟିବାକୁ ଯାଉଛି କି କିଛି ବଡ ଅଘଟଣ? କେଜରିୱାଲ ଡକାଇଲେ ଅଚାନକ ଆପ୍ ବିଧାୟକଙ୍କ ବୈଠକ

BJD

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡିର ଡାକରା ମିଳିବା ପରେ ଓ ନିଜର ଗିରଫଦାରୀ ସମ୍ଭାବନା ବଢିଯାଇଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୁପର ଆକ୍ଟିଭ୍ ହୋଇଯାଇଛନ୍ତି । ଆଜି ଅଚାନକ କେଜରିୱାଲ ଆପ୍ ବିଧାୟକଙ୍କ ବୈଠକ ଡକାଇଛନ୍ତି । ଏହି ବୈଠକରେ ଇଡିର ସମନକୁ ନେଇ ଚର୍ଚ୍ଚା ହୋଇପାରେ । ଏହା ସହିତ ବାୟୁ ପ୍ରଦୂଷଣକୁ ନେଇ ମଧ୍ୟ ବୈଠକରେ ଚର୍ଚ୍ଚା ହେବ ।

ଏଠାରେ ସୂଚାଇ ଦିଆଯାଇପାରେ କି ୩୦ ଅକ୍ଟୋବରରେ ଇଡି ଏକ ନୋଟିସ୍ ପଠାଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚୁରା ପାଇଁ ଡକାଇଥିଲା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତାଙ୍କୁ ଏହି ନୋଟିସ୍ ପଠାଯାଇଥିଲା । କିନ୍ତୁ କେଜରିୱାଲ ଏହାକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ ଓ ଯାଞ୍ଚ ଏଜେନ୍ସୀ ନିକଟରେ ଉପସ୍ଥିତ ହେବାକୁ ମନା କରିଦେଇଥିଲେ । ସେ କହିଥିଲେ ତାଙ୍କୁ ନୋଟିସ୍ ଏଇଥିପାଇଁ ପଠାଯାଇଛି ଯେପରି ସେ ୪ ରାଜ୍ୟରେ ଆଉ ନିର୍ବାଚନ ପ୍ରଚାର କରିପାରିବେ ନାହିଁ । ତେଣୁ ଇଡି ତୁରନ୍ତ ନୋଟିସ୍ ଫେରାଇ ନେଉ ବୋଲି ସେ କହିଥିଲେ । ଏହି ନୋଟିସ୍ ପରେ ଆପ୍ ନେତା କେନ୍ଦ୍ର ସରକାର ଓ ଇଡି ଅଧିକାରୀଙ୍କୁ କଡା ସମାଲୋଚନା କରିଥିଲେ ।

ଦିଲ୍‌ଲୀ ସରକାରଙ୍କ ଜଣେ ମନ୍ତ୍ରୀ ଆତିଶ ଦାବୀ କରିଥିଲେ କି ୨ ନଭେମ୍ବରରେ କେଜରିୱାଲଙ୍କୁ ଗିରଫ କରି ନିଆଯିବ । ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ଆଦମୀ ପାର୍ଟିକୁ ନିଃଶେଷ କରିଦେବାକୁ ଚାହୁଁଛନ୍ତି । ସେ କହିଥିଲେ କେଜରିୱାଲଙ୍କୁ ଏଇଥିପାଇଁ ଗିରଫ କରିବାକୁ ଚାହୁଁଛନ୍ତି କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଡରୁଛନ୍ତି । ସେ କହିଛନ୍ତି କେଜରିୱାଲ ହିଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟ ରଥକୁ ଅଟକାଇ ପାରିବେ ।

Get real time updates directly on you device, subscribe now.