fbpx

(Video) IND vs SA ମ୍ୟାଚ ପାଇଁ BCCI ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ନୋଟିସ୍: ଇଡେନ ଗାର୍ଡେନ୍ସରୁ ୧୯ ଜଣଙ୍କୁ ବାନ୍ଧିଲା ପୋଲିସ

କୋଲକାତା: ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୩୨୭ ରନର ଲକ୍ଷ୍ୟ ଦେଇ ୨୪୩ ରନରେ ବିଜୟ ହାସଲ କରିଛି ଭାରତୀୟ ଦଳ । ସାଉଥ ଆଫ୍ରିକାକୁ ମାତ୍ର ୮୩ ରନରେ ଅଲଆଉଟ କରି ଦଳ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛି । ସୁପର ସନେ୍ ଡେ’ରେ ଏହି ସୁପର ମ୍ୟାଚ ବାର୍ଥଡେ’ ବୟ ବିରାଟ ନିଜର ୪୯ ତମ ଦିନିକିଆ ଶତକ ହାସଲ କରି ମ୍ୟାଚକୁ ଆହୁରି ସ୍ପେଶାଲ କରି ଦେଇଛନ୍ତି । କିନ୍ତୁ ଏହି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ହୋଇଥିଲା ଅନେକ ବେଆଇନ୍ କାରବାର । ପଡ଼ିଆ ବାହାରେ ମ୍ୟାଚ ଦେଖିବା ପାଇଁ ହୋଇଛି ବଡ଼ ଧରଣର କଳାବଜାରୀ ।

ଇଡେନ ଗାର୍ଡେନ୍ସରେ ଏହି ହାଇଭୋଲ୍ଟେଜ ମ୍ୟାଚ୍ ପାଇଁ ଟିକେଟ କଳାବଜାରୀ ହୋଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ । ଏହି ଅଭିଯୋଗ ପାଇବା ପରେ କୋଲକାତା ପୁଲିସ ଏହି ମ୍ୟାଚ୍ ପାଇଁ ବିକ୍ରି ପାଇଁ ଉପଲବ୍ଧ ଥିବା ଟିକେଟ୍ ବିଷୟରେ ଜାଣିବାକୁ ଚେଷ୍ଟା କରିଛି । ଏଥିପାଇଁ ବିସିସିଆଇ ସଭାପତି ରୋଜର ବିନ୍ନିଙ୍କୁ ସମନ ନୋଟିସ୍ କରିଛି କୋଲକାତା ପୋଲିସ । ଟିକେଟ୍ ସମ୍ପର୍କିତ ସମସ୍ତ ତଥ୍ୟ ମଙ୍ଗଳବାର ସୁଦ୍ଧା ମୌଦାନ ପୁଲିସ ଷ୍ଟେସନରେ ଦଖଲ କରିବାକୁ ବିନ୍ନିଙ୍କୁ ନୋଟିସରେ କୁହାଯାଇଛି । ଟିକେଟ୍ କଳାବଜାରୀ ନେଇ ଏପର୍ଯ୍ୟନ୍ତ କୋଲକାତା ପୁଲିସ ୧୯ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦୮ ଟିକେଟ୍ ଜବତ କରିଥିବା ଜାଣିବାକୁ ମିଳିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦମଦାର ବ୍ୟାଟିଂ ଓ ଘାତକ ବୋଲିଂ କରି ଏକପାଖିଆ ବିଜୟୀ ହୋଇଛି । ପୂର୍ବରୁ ସେମି ଫାଇନାଲରେ ପ୍ରବେଶ କରିସାରିଥିଲେ ମଧ୍ୟ ଏହି ବିଜୟ ଭାରତୀୟ ଦଳର ମନୋବଳକୁ ଆହୁରି ଦୃଢ କରିବ । କାରଣ ଭାରତ ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପର ସର୍ବଶ୍ରେଷ୍ଠ ଦଳ ଭାବରେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଏହାବ୍ୟତୀତ ଦକ୍ଷିଣ ଆପ୍ରିକାର ବ୍ୟାଟିଂ ଅର୍ଡର ସମସ୍ତ ଦଳ ବିପକ୍ଷରେ ଖୁବ ଦମଦାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ଟୁର୍ଣ୍ଣାମେଣ୍ଟର ଏହି ସର୍ବଶ୍ରେଷ୍ଠ ବ୍ୟାଟିଂ ୟୁନିଟ ଉପରେ ଭାରୀ ପଡ଼ିଛି ଟିମ ଇଣ୍ଡିଆର ବୋଲିଂ ଡିପାର୍ଟମେଣ୍ଟ ।

Get real time updates directly on you device, subscribe now.