fbpx

ଡିସେମ୍ବର ବିଗ୍ ଅଫର: Hyundai ଗାଡ଼ି ଉପରେ ମିଳୁଛି ଫାଇଦା, ଏମିତି ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ଭାରତର ଅନେକ ବଡ଼ କାର ନିର୍ମାତା କମ୍ପାନୀ ନୂଆ ବର୍ଷରେ କାର୍ ଉପରେ ଆକର୍ଷଣୀୟ ଅଫର ତଥା ଡିସ୍କାଉଣ୍ଟ ମଧ୍ୟ ଦେଇଥାନ୍ତି । ସାଧାରଣତଃ ନୂଆ ବର୍ଷ ଆସିବା ପୂର୍ବରୁ ସେମାନଙ୍କର ପୁରୁଣା ଷ୍ଟକ ଉପରେ ବଡ଼ ଅଫରର ଘୋଷଣା କରିଥାନ୍ତି । ଯଦି ଆପଣ ବି କାର କିଣିବାକୁ ଚାହୁଛନ୍ତି ତେବେ ଆମେ ଆପଣଙ୍କୁ ଏହି ଅଫର ବିଷୟରେ ସୂଚନା ଦେବାକୁ ଯାଉଛୁ । ହ୍ୟୁଣ୍ଡାଇର କିଛି ପ୍ରମୁଖ କାର ଉପରେ ଦିଆଯାଉଥିବା ଅଫର ବିଷୟରେ କହିବାକୁ ଯାଉଛି ।

Hyundai Aura

ହ୍ୟୁଣ୍ଡାଇ ଅରା ର ପେଟ୍ରୋଲ ଏବଂ ଡିଜେଲ ଭ୍ୟାରିଆଣ୍ଟରେ ୫୦ ହଜାର ପର୍ଯ୍ୟନ୍ତ ଲାଭ ମିଳୁଛି । ଏହି କମ୍ପାକ୍ଟ ସିଡାନର ପେଟ୍ରୋଲ ମଡେଲ ୧.୨ ଲିଟର ଟର୍ବୋ ଜିଡିଆଇ ଇଞ୍ଜିନ ସହ ରହିଥିବାବେଳେ ଡିଜେଲ ମଡେଳ ୧.୨ ଲିଟର ସିଆରଡିଆଇ ଇଞ୍ଜନ ରହିଛି । ହ୍ୟୁାଣ୍ଡାଇ ଅରା ରେ ସିଏନଜି ମଡେଲ ମଧ୍ୟ ରହିଛି ।

Grand i10Nios

ହ୍ୟୁଣ୍ଡାଇ ହ୍ୟାଚବ୍ୟାକ୍ କାର୍ ଗ୍ରାଣ୍ଡ ଆଇ୧୦ ନିଓସ ର ପେଟ୍ରୋଲ ଏବଂ ଡିଜେଲ ମଡେଲରେ ମଧ୍ୟ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ରହିଛି । ଗ୍ରାଣ୍ଡ ଆଇ୧୦ ନିଓସ ମଧ୍ୟ ୨ ଟି ମଡେଲରେ ଉପଲବ୍ଧ । ପେଟ୍ରୋଲ ମଡେଲରେ ୧.୦ ଏବଂ ୧.୨ ଲିଟର ଟର୍ବୋ ଜିଡିଆଇ ଇଞ୍ଜନ ରହିଛି, ଯେତେବେଳେକି ଡିଜେଲ ଭ୍ୟାରିଏଣ୍ଟରେ ୧.୨ ଲିଟର ସିଆରଡିଆଇ ଇଞ୍ଜିନ ରହିଛି । ଏହି କାର ମଧ୍ୟ ସିଏନଜି ମଡେଲରେ ଉପଲବ୍ଧ ।

Hyundai Santro

ସାଣ୍ଟ୍ରୋ ହ୍ୟୁଣ୍ଡାଇ ର ଏଣ୍ଟ୍ରି-ଲେଭଲ ମଡେଲ ରହିଛି ଯେଉଁଥିରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳୁଛି । ହ୍ୟୁଣ୍ଡାଇ ସାଣ୍ଟ୍ରୋ ପାଞ୍ଚ-ସ୍ପିଡ ବିଶିଷ୍ଟ ମ୍ୟାନୁଆଲ ଏବଂ ଏଏମଟି ଦୁଇଟି ବିକଳ୍ପ ସହ ୧.୧ ଲିଟର ଏପ୍ସିଲନ ପେଟ୍ରୋଲ ଇଞ୍ଜନ ସହ ଉପଲବ୍ଧ । ଏହାର ସିଏନଜି ଭ୍ୟାରିଏଣ୍ଟ ମଧ୍ୟ ରହିଛି ।

Hyundai i20

ହ୍ୟୁଣ୍ଡାଇ ଆଇ୨୦ କମ୍ପାନୀର ଏକ ପ୍ରିମିୟମ ହ୍ୟାଚବ୍ୟାକ୍ କାର ଅଟେ । ଏହାର ପେଟ୍ରୋଲ ଏବଂ ଡିଜେଲ ଦୁଇ ମଡେଲ ଉପରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳୁଛି । ପେଟ୍ରୋଲ ଇଞ୍ଜିନ ବିକଳ୍ପରେ ୧.୨ ଲିଟର ଏବଂ ୧.୦ ଲିଟର ଟର୍ବୋ ସାମିଲ ରହିଛି, ଯେତେବେଳେକି ଡିଜେଲ ମଡେଲ ୧.୫ ଲିଟର ଇଞ୍ଜିନ ସହ ରହିଛି । ଭ୍ୟାରିଏଣ୍ଟ ଏବଂ ଭ୍ୟାରିଏଣ୍ଟ ଆଧାରରେ ଆଇ୨୦କୁ ମ୍ୟାନୁଆଲ, ଆଇଭିଟି ଏବଂ ୭ଡିସିଟି ଅପ୍ସନରେ ରଖାଯାଇଥାଏ ।

 

 

 

Get real time updates directly on you device, subscribe now.