fbpx

ପୋଲିସ କର୍ମୀଙ୍କୁ ବିଚ ରାସ୍ତାରେ ପିଟିଲେ ସପା କର୍ମୀ: ଭିଡିଓ ଶେୟାର କଲେ କେନ୍ଦମନ୍ତ୍ରୀ [VIDEO]

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ପ୍ରତି ନିଜର ଆକ୍ରମଣକୁ ଶାଣିତ କରିଛି ବିଜେପି । ବିଜେପିର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ରହିଥିବା ଅନୁରାଗ ଠାକୁର ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଜଣେ ସମାଜବାଦୀ ପାର୍ଟି କର୍ମୀ ଜଣେ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଶେୟାର କରିବା ସହିତ ଅଖିଳେଶ ଯାଦବଙ୍କୁ ଇଙ୍ଗିତ କରିଛନ୍ତି ।

ସପା କାର୍ଯ୍ୟକର୍ତ୍ତାଙ୍କ ଏହି ହିଂସାକାଣ୍ଡ ପରେ ଅନୁରାଗ କହିଛନ୍ତି ଅଖିଳେଶ କ୍ଷମତାକୁ ଆସିଲେ ୟୁପିରେ ଏମିତି ଅରାଜକତା ଦେଖାଦେବ । ମାଫିଆରାଜ ଏବଂ ଗୁଣ୍ଡାରାଜ ସୀମା ଳଙ୍ଘିଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଚନ୍ଦୌଲିରେ ସପାର ଏକ କାର୍ଯ୍ୟକ୍ରମ ସମୟରେ ଏଭଳି କାଣ୍ଡ ଘଟିଥିଲା । ପୋଲିସ ଅଧିକାରୀ ଜଣକ ସପା କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଜଣଙ୍କ ବାରମ୍ବାର ଆକ୍ରମଣ କରିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.