fbpx

IIT କାନପୁରରୁ ୪୯ ଛାତ୍ର-ଛାତ୍ରୀଙ୍କୁ ମିଳିଲା ଏକ କୋଟିରୁ ଅଧିକ ପ୍ୟାକେଜ୍

ନୂଆଦିଲ୍ଲୀ: ଆଇଆଇଟି କାନପୁରର ୪୯ ଜଣ ଛାତ୍ର-ଛାତ୍ରୀଙ୍କୁ ଏକ କୋଟିରୁ ଅଧିକ ପ୍ୟାକେଜ୍ର ଅଫର ଆସିଛି। ପ୍ରଥମ ଥର ଏତେ ସଂଖ୍ୟକ ଛାତ୍ର-ଛାତ୍ରୀଙ୍କୁ ଏକ କୋଟିର ପ୍ୟାକେଜ୍ ମିଳିଛି। ତିନି ଦିନରେ ହିଁ ସଂସ୍ଥାର ୮୮୧ ଛାତ୍ର-ଛାତ୍ରୀଙ୍କୁ ଦେଶ ବିଦେଶରୁ ମଲଟି ନ୍ୟାସନାଲ କମ୍ପାନୀରୁ ନିଯୁକ୍ତ ଅଫର ମିଳିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୩୨.୫ ପ୍ରତିଶତ ଅଧିକ ଛାତ୍ର-ଛାତ୍ରୀଙ୍କୁ ନିଯୁକ୍ତି ମିଳିଛି। ଏହି ବର୍ଷ ସର୍ବାଧିକ ପ୍ୟାକେଜ୍ ବିଦେଶ ପାଇଁ ମିଳିଛି। ବିଦେଶ ପାଇଁ ଚଳିତ ବର୍ଷ ସର୍ବାଧିକ ପ୍ୟାକେଜ୍ ୨,୭୪,୨୫୦ ଆମେରକୀୟ ଡଲାର ଅର୍ଥାତ ୨.୦୮ କୋଟି ଟଙ୍କା ୨.୦୮ ଟଙ୍କାର ଅଫର ଛାତ୍ର ମୁସ୍କାନଙ୍କୁ ମିଳିଛି।

ସଂସ୍ଥାରେ ଡିସେମ୍ବର ୧ରୁ ନିଯୁକ୍ତି ପ୍ରକ୍ରିୟା ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ଭର୍ଚୁଆଲ ମାଧ୍ୟମରେ ହୋଇଥିବା ସାକ୍ଷାତକାର ସମୟରେ ଦେଶ-ବିଦେଶର ବଡ ବଡ କମ୍ପାନୀ ମେଧାବୀ ଛାତ୍ର-ଛାତ୍ରୀଙ୍କ ଚୟନ କରାଯାଇଛି। କେବଳ ତିନି ଦିନରେ ୪୭ ଛାତ୍ର-ଛାତ୍ରୀଙ୍କୁ ବିଦେଶରୁ ଅଫର ମିଳିଛି। ଗତ ବର୍ଷ ଅପେକ୍ଷା ପ୍ରାୟ ଦେଢ ଗୁଣ ଅଧିକ।

ସଂସ୍ଥାନର ପ୍ଲେସମେଣ୍ଟ ଗତ ଅନେକ ବର୍ଷ ତୂଳନାରେ ବହୁତ ଭଲ ରହିଛି। ବଡ ବଡ କମ୍ପାନୀ ଛାତ୍ର-ଛାତ୍ରୀଙ୍କୁ ଆକର୍ଷକ ପ୍ୟାକେଜ୍ ଅଫର କରୁଛନ୍ତି। ଆଶା କରାଯାଉଛି ପ୍ରଥମ ପର୍ଯ୍ୟାୟରେ ହିଁ ପ୍ଲେସମେଣ୍ଟ ଡ୍ରାଇଭରେ ସାମିଲ୍ ହୋଇଥିବା ସମସ୍ତ ଛାତ୍ର-ଛାତ୍ରୀଙ୍କୁକ ଭଲ ଅଫର ମିଳିବ। ଅନେକ ଛାତ୍ରଙ୍କୁ ଗୋଟିଏରୁ ଅଧିକ ଜବ୍ ଅଫର ହୋଇଛି।

Get real time updates directly on you device, subscribe now.