fbpx

ଗହଣା ଦୋକାନ ସଟର ତାଡ଼ି ୧ କୋଟିରୁ ଉର୍ଦ୍ଧ୍ବ ଗହଣା ଲୁଟ୍

ଭୁବନେଶ୍ୱର: ସଟର ତାଡ଼ି କୋଟିଏରୁ ଉଦ୍ଧ୍ୱର୍ ଟଙ୍କାର ଗହଣା ଲୁଟ୍ । ଭୁବନେଶ୍ୱର ଡେଲ୍ଟା ଛକରେ ଥିବା ଏକ ଅଳଙ୍କାର ଦୋକାନରୁ ଶନିବାର ରାତିରେ ହୋଇଛି ବଡ଼ ଧରଣର ଲୁଟ୍ । ୧ କେଜି ସୁନା, ୧୦ କେଜି ରୁପା ଓ ଦେଢ଼ ଲକ୍ଷ ଟଙ୍କା ଲୁଟ୍ । ଦୋକାନର ସଟର ଏବଂ ଗ୍ରୀଲ୍ କାଟି ଦୁର୍ବୁତ୍ତ ଲୁଟି ନେଇଛନ୍ତି । ବଡ଼ ଧରଣର ଲୁଟ ନେଇ ଖଣ୍ଡଗିରି ଥାନାରେ ଦିଆଯାଇଛି ଏତଲା, ପୋଲିସର ତଦନ୍ତ ଜାରି ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଉକ୍ତ ସୁନା ଦୋକାନରେ ଦୁର୍ବୁତ୍ତମାନେ ପଶି, ଏହି ଲୁଟ କରିଛନ୍ତି । ୧ କେଜି ସୁନା, ୧୦ କେଜି ରୁପା ଓ ଦେଢ଼ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୁତ୍ତ । କେବଳ ସେତିକି ନୁହେଁ ଷ୍ଟ୍ରଙ୍ଗ ରୁମ୍ କୁ କାଟି ମଧ୍ୟ ସୁନା ରୁପା ନେଇଯାଇଛନ୍ତି ଦୁର୍ବୁତ୍ତ । ସିସିଟିଭିକୁ ନଷ୍ଟ କରାଯାଇଛି । ସେପଟେ ପୂର୍ବରୁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଥିବା ସୁନା ଦୋକାନକୁ ଲୁଟ୍ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ମାଲିକ ।

Get real time updates directly on you device, subscribe now.