fbpx

ନିୟମିତ Mastrubationରୁ ମିଳିଥାଏ ଏହି ସବୁ ଫାଇଦା: ଅଧ୍ୟୟନରୁ ହେଲା ବଡ ଖୁଲାସା

ନୂଆଦିଲ୍ଲୀ: ବିଜ୍ଞାନ ଏଣିକି ସେକ୍ସ ଓ ହସ୍ତମୈଥୁନର ଏକ ନୂତନ ବାହାନା ରଖିବାର ସୁଯୋଗ ପ୍ରଦାନ କରିଛି । ସ୍ୱାସ୍ଥ୍ୟ ଏବଂ ବିଜ୍ଞାନର ଦ୍ୱାହି ଦେଇ ଏଣିକି ସେକ୍ସ ଓ ହସ୍ତମୈଥୁନର ସୁଯୋଗ ପାଇପାରିବେ । ଏକ ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ଏହା ସ୍ପଷ୍ଟ ହୋଇଛି କି ସେକ୍ସ, ହସ୍ତମୈଥୁନ କିମ୍ବା ଶୋଇବା ସମୟରେ ଶରୀରରୁ ବୀର୍ଯ୍ୟ ବାହାରିବା ଆମକୁ ଅଣ୍ଡକୋଷ କ୍ୟାନ୍ସରରୁ ରକ୍ଷା କରିଥାଏ । ୨୦୧୬ରେ କରାଯାଇଥିବା ଏକ ପରୀକ୍ଷଣ ଅନୁଯାୟୀ ବୀର୍ଯ୍ୟ କ୍ଷରଣ ଦ୍ୱାରା ଅଣ୍ଡକୋଷ କ୍ୟାନ୍ସରର ସମ୍ଭାବନା କମି ଯାଇଥାଏ । ୧୯୯୨ରୁ ୨୦୧୦ ମଧ୍ୟରେ ୩୨ ହଜାର ଲୋକଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା । ୨୦୧୬ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦ ବର୍ଷୀୟ ପୁରୁଷ ମାସକରେ ୨୧ ଥର ବୀର୍ଯ୍ୟ କ୍ଷରଣ କରୁଥିଲେ ସେମାନଙ୍କର ଅଣ୍ଡକୋଷ କ୍ୟାନ୍ସର ସମ୍ଭାବନା ୧୯ ପ୍ରତିଶତ ହ୍ରାସ ପାଇଥାଏ ଯେତେବେଳେକି ୭ ଥରରୁ କମ ବୀର୍ଯ୍ୟ କ୍ଷରଣ କରୁଥିବା ଲୋକଙ୍କ ନିକଟରେ ଏହି ସମ୍ଭାବନା ଅଧିକ ରହିଥାଏ । ୪୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହା ଆହୁରି ଅଧିକ ଲାଭଦାୟକ । ନିୟମିତ ବୀର୍ଯ୍ୟକ୍ଷରଣ କରୁଥିବା ୪୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଅଣ୍ଡକୋଷ କ୍ୟାନ୍ସରର ସମ୍ଭାବନା ୨୨ ପ୍ରତିଶତ କମ ରହିଥାଏ ।

ବୟସ୍କ ବ୍ୟକ୍ତିଙ୍କ ପାଇଁ ସୁରକ୍ଷିତ ସେକ୍ସ ଓ ବୀର୍ଯ୍ୟ କ୍ଷରଣ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏପରି କରିବା ଦ୍ୱାରା ଅଣ୍ଡକୋଷ କ୍ୟାନ୍ସର ସମ୍ଭାବନା ହ୍ରାସ ପାଇଥାଏ ବୋଲି ପ୍ରକାଶ କରିଛନ୍ତି ଜେନିଫର ରାଇଡର । ସେହିପରି ଏକ ଅଷ୍ଟ୍ରେଲିଆନ ପରୀକ୍ଷଣରୁ ମିଳିଥିବା ତଥ୍ୟ ଅନୁଯାୟୀ ସପ୍ତାହକୁ ୨.୩ ଥର ହାରାହାରି ବୀର୍ଯ୍ୟକ୍ଷରଣ ହେଉଥିଲେ ୭୦ ବର୍ଷ ପୂର୍ବରୁ ଅଣ୍ଡକୋଷ କ୍ୟାନ୍ସରର ସମ୍ଭାବନା ବଢି ଯାଇଥାଏ । ମାତ୍ର ଯଦି ୪.୬ରୁ ୭ ଥର ବୀର୍ଯ୍ୟକ୍ଷରଣ ହେଉଥାଏ ତାହେଲେ ଏହି ସମ୍ଭାବନା ୩୬ ପ୍ରତିଶତ ହ୍ରାସ ପାଇଥାଏ । ୨୩୩୮ ଜଣ ଲୋକଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା । ଅଣ୍ଡକୋଷ କ୍ୟାନ୍ସର ଓ ବୀର୍ଯ୍ୟକ୍ଷରଣ ମଧ୍ୟରେ ସମ୍ପର୍କ ରହିଥିଲେ ହେଁ ଏହି ଦୁଇଟି ଜିନିଷ କେମିତି ଜଡିତ ତାହାର କୌଣସି ବୈଜ୍ଞାନିକ କାରଣ ଜାଣିବାରେ ସଫଳ ହୋଇନାହାନ୍ତି । ତେବେ ବୈଜ୍ଞାନିକ ମାନେ ଆହୁରି ଏକ ସୂଚନା ପ୍ରକାଶ କରିଛନ୍ତି କି, ଯେଉଁ ମାନେ ମାସକୁ ୦-୩ ଥର ସେକ୍ସ ବା ହସ୍ତ ମୈଥୁନ କରନ୍ତି ସେମାନଙ୍କର ଅଧିକ ଶାରୀରିକ ସମସ୍ୟା ଦେଖା ଦେବାର ସମ୍ଭାବନା

Get real time updates directly on you device, subscribe now.