fbpx

କ୍ଲିନ ବୋଲ୍ଡ ପରେ ବି ଆଉଟ୍ ହେଲେନି କିଓ୍ଵି ବ୍ୟାଟସମ୍ୟାନ, ଚକିତ ହେଲେ ଅଶ୍ଵିନ-କୋହଲି: (VIDEO)

ମୁମ୍ଵାଇ : ମୁମ୍ବାଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ଭାରତ ବିଜୟର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ଆୟୋଜକ ଦଳ ଭ୍ରମଣକାରୀ କିଓ୍ଵି ଦଳକୁ ୫୪୦ ରନର ବିଜୟ ଲକ୍ଷ୍ୟ ଦେଇଛି। ଜବାବରେ କିଓ୍ଵି ଦଳ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍ ହରାଇ ୧୪୦ ରନ କରିଛି। ଭାରତୀୟ ଦଳ ଏହି ଟେଷ୍ଟକୁ ଶୀଘ୍ର ଜିତିବାକୁ ଚାହୁଁଛି। ଦ୍ଵିତୀୟ ଇନିଂସରେ ଅଫ ସ୍ପିନର ଆର ଅଶ୍ଵିନ ୩ ଓ୍ଵିକେଟ୍ ନେଇଛନ୍ତି।
ଏହି ମ୍ୟାଚ୍ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଷ୍ଟମ୍ପରେ ବଲ୍ ବାଜିବା ପରେ ବି ବ୍ୟାଟସମ୍ୟାନ ଆଉଟ୍ ହୋଇ ନାହାନ୍ତି। ଏହାକୁ ଦେଖି ବୋଲରଙ୍କ ସହିତ ଫିଲଡର ମଧ୍ୟ ଚକିତ ହୋଇପଡିଥିଲେ। ମୁମ୍ବାଇ ଟେଷ୍ଟର ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ଦଳ ଦ୍ଵିତୀୟ ଇନିଂସରେ ୩ ଓ୍ଵିକେଟ୍ ହରାଇ ୧୧୪ ରନ କରିଥିଲା। କ୍ରିଜରେ ଥିଲେ ଡେରିଲ ମିଚେଲ୍ ଓ ହେନରୀ ନିକୋଲାସ। ଅଫ ସ୍ପିନର ଆର ଅଶ୍ଵିନ ନ୍ୟୁଜିଲାଣ୍ଡ ଇନିଂସର ୩୨ତମ ଓଭର ବୋଲିଂ କରିବାକୁ ଆସିଥିଲେ।

ଷ୍ଟ୍ରାଇକ୍ରେ ଥିଲେ ବାମହାତୀ ବ୍ୟାଟସମ୍ୟାନ ହେନରୀ ନିକୋଲାସ। ଅଶ୍ଵିନଙ୍କ ଓଭରର ଚତୁର୍ଥ ବଲ୍ ଅଫ ଷ୍ଟମ୍ପ ବାଜିଥିଲା, ମାତ୍ର ବେଲ୍ ତିଳେ ହେଲେ ହଲି ନଥିଲା। ଏହି ଘଟଣାରେ ଭାଷ୍ୟକାର ସହିତ ଓ୍ଵିକେଟ୍ କିପର ରିଦ୍ଧିମାନ ଶାହା ଏବଂ ଅଧିନାୟକ ବିରାଟ କୋହଲି ମଧ୍ୟ ଚକିତ ହୋଇ ପଡିଥିଲେ। ଏହି ସମୟରେ ନିକୋଲାସ ୮୬ ବଲ୍ରେ ୩୬ ରନ କରି ଖେଳୁଥିଲେ।

ଭାରତ ନ୍ୟୁଜିଲାଣ୍ଡ ସାମ୍ନାରେ ୫୪୦ ରନର ବିଜୟ ଲକ୍ଷ୍ୟ ରଖିଛି। ଜବାବରେ ପାଞ୍ଚ ଓ୍ଵିକେଟ୍ ହରାଇ କିଓ୍ଵି ଦଳ ୫ ଓ୍ଵିକେଟ୍ ହରାଇ ୧୪୦ ରନ କରିଛି। ହେନରି ନିକୋଲାସ(୩୬) ଓ ରଚିନ ରବିନ୍ଦ୍ର(୨) କ୍ରିଜରେ ଅପରାଜିତ ଅଛନ୍ତି। ମ୍ୟାଚ୍ ଆଉ ଦୁଇ ଦିନ ବାକି ଥିବା ବେଳେ ଭାରତ ବିଜୟଠୁ ୫ ଓ୍ଵିକେଟ୍ ଦୂରରେ ରହିଛି। ନ୍ୟୁଜିଲାଣ୍ଡ ହାତରେ ୫ ଓ୍ଵିକେଟ୍ ଥାଇ ବିଜୟ ପାଇଁ ୪୦୦ ରନ ଆବଶ୍ୟକ। ଏହା ପୂର୍ବରୁ ଭାରତୀୟ ଦଳ ଦ୍ଵିତୀୟ ଇନିଂସରେ ୨୭୬/୭ରେ ପାଳି ସମାପ୍ତି ଘୋଷଣା କରିଥିଲା। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୫୪୦ ରନର ବିଜୟ ଲକ୍ଷ୍ୟ ରହିଛି। ଭାରତ ପ୍ରଥମ ଇନିଂସରେ ୩୨୫ ରନ କରିଥିବା ବେଳେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୬୨ ରନରେ ଅଲଆଉଟ୍ ହୋଇଥିଲା।

Get real time updates directly on you device, subscribe now.