fbpx

(Video) ମୁଁ ନ୍ୟାୟରେ ଅଛି, ମୁଁ ନିଶ୍ଚିତ ଜିତିବି: ତୁମେ ତୁମ ଜୀବନରେ ଖୁସିରେ ରୁହ, ମୁଁ ମୋ ଜୀବନରେ ଖୁସିରେ ରହିବି: ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି । ନିକଟରେ ସାରା ରାଜ୍ୟରେ ସାବିତ୍ରୀ ଅମାବାତ୍ୟା ପାଳନ ହେଉଥିବା ଅବସରରେ ଅନୁଭବ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ । ଉକ୍ତ ପୋଷ୍ଟରେ ସେ ବର୍ଷାଙ୍କ ନାଁ ନେଇ ନଥିଲେ ବି ପରୋକ୍ଷରେ ତାଙ୍କୁ ହିଁ ଇଙ୍ଗିତ କରିଥିଲେ । ଯଦି ସାବିତ୍ରୀ କରିବାର ଏତେ ସଉକ ତେବେ ଥରେ ସାବିତ୍ରୀ ଓଷାର ବହି ପଢ଼ିବାକୁ ଅନୁଭବ ଉକ୍ତ ପୋଷ୍ଟ ମାଧ୍ୟମରେ ବର୍ଷାଙ୍କୁ ପରାମର୍ଶ ଦେଇଥିଲେ ।

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଲାଇଭରେ ଆସି ଅନୁଭବ ତାଙ୍କର ଅନ୍ତରର କଥା ନିଜର ପ୍ରିୟ ପ୍ରଶଂସକଙ୍କୁ କହିଥାନ୍ତି । ତେବେ ପୁଣି ଥରେ ଅନୁଭବ ନିଜର ମନର କଥାକୁ ଖୋଲି କହିଛନ୍ତି । ସେ କହିଛନ୍ତି, ମୋତେ ମୋ ବାପା-ମାଆଙ୍କୁ ନ୍ୟାୟ ଦେବାର ଅଛି । ମୁଁ ଖୋଲା ଆକାଶରେ ଖୁସିରେ ବଞ୍ଚିବାକୁ ଚାହୁଁଛି । ସେଥିପାଇଁ ମୁଁ ଡିଭୋର୍ସ ନେବାକୁ ଚାହୁଁଛି । ଯେତେଦିନ ପର୍ଯ୍ୟନ୍ତ ଦର୍ଶକଙ୍କର ମୋ ପ୍ରତି ଭଲ ପାଇବା ରହିଥିବ ମୁଁ ଆହୁରି ପରିଶ୍ରମ କରି ସେମାନଙ୍କୁ ଭଲ ଭଲ ହିଟ୍ ଫିଲ୍ମ ଦେଇ ଚାଲିଥିବି ।

ଜୀବନରେ ଭଲ ଜିନିଷ ପାଇଁ ସମସ୍ତଙ୍କୁ ଲଢ଼ିବା ନିହାତି ଦରକାର । ମାତ୍ର ଜଣେ ଯଦି ଭୁଲ ନକରି ଶାରୀରିକ, ମାନସିକ, ପାରିବାରିକ, ସାମାଜିକ କ୍ଷେତ୍ରରେ ନିର୍ଯାତିତ ହେବ ତେବେ ତାହାକୁ ପାଇବା ପାଇଁ ମଣିଷ ଅଯଥାରେ ଲଢ଼େଇ କରିଥାଏ । ଜଣେ ଭୁଲ କରିଥିଲେ ନିଶ୍ଚିତ ଭାବେ ଦଣ୍ଡ ଭୋଗିବ । ମାତ୍ର ଜଣେ ଯଦି କୌଣସି ଭୁଲ ନକରି ଦଣ୍ଡ ଭୋଗିବ ଓ ତା’ ସହିତ ଜଡ଼ିତ ପ୍ରତ୍ୟେକ ମଣିଷମାନେ ବି ଭୋଗିବେ ତେବେ ଏହା ବାସ୍ତବରେ ଗ୍ରହଣୀୟ ନୁହେଁ । ଭଗବାନ ମୋ ପରି ଆଉ କାହାକୁ ଏଭଳି ଦୁଃଖ ଦିଅନ୍ତୁ ନାହିଁ । ମୋର ମୋ ବାପା-ମାଆ, କର୍ମ, ଈଶ୍ୱର, ନ୍ୟାୟ ଉପରେ ଗଭୀର ବିଶ୍ୱାସ ରହିଛି, ମୁଁ ଲଢ଼େଇ କରି ଚାଲିବି, କେବେ ବି ହାରିବି ନାହିଁ ।

Get real time updates directly on you device, subscribe now.