fbpx
BJD
BJD SKY
BJD SKY

(Video) ମୁଁ ପ୍ରତିଦିନ ପିଏ, ଫଟୋ ଉଠାଇଲେ ଉଠାଅ…ତମେ ମୋର କ’ଣ କରିବ କର: ମାତାଲ ଶିକ୍ଷକ

BJD

ଓଡ଼ିଶା ଭାସ୍କର: ଶିକ୍ଷାର ମନ୍ଦିରରେ ସ୍କୁଲରେ ମଦ ପିଇଛନ୍ତି ଖୋଦ ଶିକ୍ଷକ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ମଦ ନିଶାରେ ଶିକ୍ଷକ ଜଣଙ୍କ ଏତେ ବୁଡ଼ି ଯାଇଥିଲେ, ତାହା ବର୍ଣ୍ଣନା କରିହେବ ନାହିଁ। ତେବେ ଛତିଶଗଡର ବିଳାସପୁରରେ ଦେଖିବାକୁ ମିଳିଛି ଏଭଳି ଏକ ଲଜ୍ୟାଜ୍ୱନକ ଘଟଣା। ଏଠାକର ମସ୍ତୁରୀ ବ୍ଲକ ସ୍ଥିତ ଏକ ପ୍ରାଥମିକ ସ୍କୁଲରୁ ଏହି ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ବୁଧବାର ସ୍କୁଲ ଖୋଲିଥିଲା। ପିଲାମାନେ ଓ ଶିକ୍ଷକ ସ୍କୁଲରେ ଉପସ୍ଥିତ ଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ଗଣେଶ ଚୌହାନରେ ସ୍କୁଲ ଅଫିସରେ ବସିଥିଲେ। ଅନ୍ୟ ଶିକ୍ଷକମାନେ ମଧ୍ୟ ନିଜ କାମରେ ଲାଗିଥିଲେ। ଏହି ସମୟରେ ଏଠାକାର ଜଣେ ସହାୟକ ଶିକ୍ଷକ ସନ୍ତୋଷ କୁମାର କେଉଟ ମାତାଲ ଅବସ୍ଥାରେ ପକେଟରେ ଏକ ମଦ ବୋତଲ ଓ କିଛି ଜିନିଷ ଧରି ସ୍କୁଲରେ ପହଞ୍ଚିଥିଲେ। ଏହାପରେ ଶିକ୍ଷକ ସନ୍ତୋଷ କୁମାର ଅଫିସ ଭିତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସାମ୍ନାରେ ଖୁଲମଖୁଲା ମଦ ପିଇଥିଲେ। ଏହି ସମୟରେ କେହି ଜଣେ ବ୍ୟକ୍ତି ତାଙ୍କର ଭିଡିଓ ଉତ୍ତୋଳନ କରିଥିଲେ। ଏବଂ ଭିଡିଓ କରିବା ସମୟରେ ତାଙ୍କୁ ପ୍ରଶ୍ନ ପଚାରିବାରୁ ସେ ବେଧଡକ ଅନ୍ଦାଜରେ ଉତ୍ତର ଦେଇଥିଲେ। କହିଥିଲେ, ‘ମୋ ଇଚ୍ଛା। ତମର ଯାହା କରିବାର ଅଛି କର। ମୋ ପାଖରେ ସବୁ ସାମାନ ଅଛି। ମୁଁ ପ୍ରତିଦିନ ପିଏ। ମୋ ଫଟୋ ଉଠାଇଲେ ଉଠାଅ। ତମେ ମୋର କ’ଣ କରିବ କର।’ ତେବେ ସ୍କୁଲ ଭଳି ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା ଘଟିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ଭିଡିଓକୁ ସମସ୍ତେ ସେୟାର କରି ମଦୁଆ ଶିକ୍ଷକଙ୍କ ଆଚରଣକୁ ନାପସନ୍ଦ କରିଛନ୍ତି।

Get real time updates directly on you device, subscribe now.