fbpx
BJD SKY
BJD SKY

(VIDEO)‘ମୁଁ ଗଢିନି ଅଯୋଧ୍ୟା ରାମଲାଲାଙ୍କ ମୂର୍ତ୍ତି’, ହନୁମାନ ଜୟନ୍ତୀରେ ରାମଲାଲାଙ୍କ ମୂର୍ତ୍ତିକାର ଯୋଗୀରାଜ ଖୋଲିଛନ୍ତି ବଡ ରହସ୍ୟ

BJD

ନୂଆଦିଲ୍ଲୀ: ଗତ ୨୨ ଜାନୁୟାରୀରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ମୂର୍ତ୍ତିକୁ ଯେଉଁମାନେ ବି ଦେଖିଛନ୍ତି ସେମାନଙ୍କ ଆଖି ଲାଖି ରହିଛି । ଏହି ମୂର୍ତ୍ତିକୁ ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି । ମୂର୍ତ୍ତି ଦେଖିବା ପରେ ସବୁଠାରୁ ଅଧିକ ଲୋକ ରାମଲାଲାଙ୍କ ଆଖିକୁ ଦେଖି ପ୍ରଶ୍ନ କରିଛନ୍ତି । ତେବେ ଅରୁଣ ଯୋଗୀରାଜ ଏକ ସାକ୍ଷାତକାରରେ କହିଛନ୍ତି , ରାମଲାଲାଙ୍କ ଏହି ମୂର୍ତ୍ତିିକୁ ମୁଁ ନିର୍ମାଣ କରିନାହିଁ ବରଂ ଭଗବାନ ରାମ ମୋ ଦ୍ୱାରା ନିଜ ମୂର୍ତ୍ତି ଗଢାଇଛନ୍ତି ।

ଯୋଗୀରାଜ କହିଛନ୍ତି ମୋତେ ରାମଲାଲାଙ୍କ ଆଖିକୁ ନେଇ ବହୁ ପ୍ରଶ୍ନ ପଚରାଯାଉଛି । ସମସ୍ତେ ଭଗବାନ ରାମଙ୍କୁ ଜୀବନ୍ତ ଅନୁଭବ କରୁଛନ୍ତି । ଲୋକମାନେ ମୋତେ ପଚାରୁଛନ୍ତି କି ମୁଁ ଏହା କିପରି କଲି । ଏହାକୁ ନେଇ ମୋର ଉତ୍ତର ରହିଛି ଯେ, ମୁଁ ଏହା ଗଢି ନାହିଁ । ବରଂ ଭଗବାନ ରାମ ମୋ ମାଧ୍ୟମରେ ନିଜକୁ ଗଢାଇଛନ୍ତି । ରାମଲାଲାଙ୍କ ମୂର୍ତ୍ତି ଏପରି ଜୀବନ୍ତ ହୋଇଛି ଯେପରି ଲାଗୁଛି ସେ ଆମକୁ କିଛି କହୁଛନ୍ତି ।

ଯୋଗୀରାଜ କହିଛନ୍ତି ସେ ୭ ମାସ ଭିତରେ ରାମଲାଲାଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ । କିନ୍ତୁ ରାମଲାଲାଙ୍କ ଆଖି ତିଆରି କରିବା ପୂର୍ବରୁ ସେ ନିଜ ଗୁରୁ ଗଣେଶ ଆଚାର୍ଯ୍ୟଙ୍କୁ ଭେଟିଥିଲେ । ତାଙ୍କୁ ଗୁରୁଦେବ କହିଥିଲେ ରାମଲାଲାଙ୍କ ଆଖି ନିର୍ମାଣ ପୂର୍ବରୁ ସର୍ବପ୍ରଥମେ ସରଜୁ ନଦୀରେ ସ୍ନାନ କର ଓ ଏହାପରେ ପ୍ରଭୁ ଶ୍ରୀ ହନୁମାନଜୀଙ୍କ ଆଶୀର୍ବାଦ ପ୍ରାପ୍ତ କର । କନକ ଭବନରେ ପୂଜା ପାଠ କରିବା ପରେ ଯାଇ ରାମଲାଲାଙ୍କ ଆଖି ନିର୍ମାଣ କର ।

ଏହା ସହିତ ଯୋଗୀରାଜ କହିଛନ୍ତି ଯେତେବେଳେ ସେ ରାମଲାଲାଙ୍କ ମୂର୍ତ୍ତି ତିଆରି କରୁଥିଲେ ସେତେବେଳେ ପ୍ରତିଦିନ ସନ୍ଧ୍ୟାରେ ତାଙ୍କ ପାଖକୁ ଏକ ମାଙ୍କଡ ଆସୁଥିଲା ଓ ମୂର୍ତ୍ତିକୁ ଦେଖି ଚାଲିଯାଉଥିଲା । ଏପରିକି ଥଣ୍ଡାରୁ ରକ୍ଷା ପାଇବା ପାଇଁ ଯୋଗୀରାଜ ମୂର୍ତ୍ତି ଗଢିବା ସମୟରେ ଚାରିପଟ ଆବଦ୍ଧ କରି ଦେଇଥିଲେ ବି ମାଙ୍କଡର ଆସିବା ବନ୍ଦ ହୋଇ ନ ଥିଲା । ସେ ଜରିକୁ ହଟାଇ ମୂର୍ତ୍ତିକୁ ଦେଖିବା ପାଇଁ ଆସିଯାଉଥିଲା ।

Get real time updates directly on you device, subscribe now.