fbpx

ମାନସଙ୍କ ହତ୍ୟା ମାମଲାରେ ସାଂଘାତିକ ଖୁଲାସା: ଏହି ମହିଳାଙ୍କୁ ମିଳିଥିଲା ଶେଷ ଚିଠି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଫଟୋଗ୍ରାଫେର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆଜି ଚାଞ୍ଚଲ୍ୟକର ଖୁଲାସା ହୋଇଛି । ମୃତ୍ୟୁ ପୂର୍ବରୁ ଚିଠି ଲେଖିଥିଲେ କ୍ୟାମେରାମ୍ୟାନ ମାନସ । ମାନସଙ୍କ ୩ଟି ଚିଠି ପାଇଥିବା କହିଛନ୍ତି ଦୟାଲ ଆଶ୍ରମର କେୟାରଟେକର । ଦୟାଲ ଆଶ୍ରମର କେୟାରଟେକର ଜନୈକା ମହିଳା ଏହି ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ‘ଆଶ୍ରମର ଉକ୍ତ ଘରଟିକୁ ଝାଡୁ କଲା ବେଳେ ଖଟ ତଳୁ ଚିଠି ପାଇଥିଲି । ପଲିଥିନରେ ଗୁଡ଼ା ହୋଇଥିବା ଚିଠିରେ ବହୁତ କଥା ଲେଖା ହୋଇଥିଲା । ୩ଟି ଚିଠି ପାଇଥିଲି, ସବୁ ଚିଠିରେ ସମାନ କଥା ଲେଖା ହୋଇଥିଲା । ସେମାନେ ତାକୁ ଉଠାଇ ଆଣି ପିଟିଥିବା ଚିଠିରେ ଲେଖିଥିଲେ ମାନସ । କ୍ୟାମେରା, ମୋବାଇଲ, ପାସବୁକ୍ ଛଡ଼ାଇ ନେଇଥିବା ସେ ଲେଖିଥିଲେ ।

ମୁଁ ଯଦି ମରିଯାଏ ମୋ ଶବକୁ ଏ ପାପୀମାନଙ୍କୁ ନଦେଇ ଗାଁକୁ ପଠାଇବାକୁ ମାନସ ଚିଠିରେ ଲେଖିଥିଲେ । ଚିଠି ଶେଷରେ ମାନସ ନିଜ ନାଁ ଓ ଫୋନ ନମ୍ବର ଲେଖିଥିଲେ । ମୁଁ ଚିଠିଟି ପଢ଼ିବା ପରେ ସନ୍ଧ୍ୟାରେ ଶର୍ମିଷ୍ଠା ମ୍ୟାଡାମଙ୍କୁ ଦେଇଥିଲି ।’ ଏହା ସହ ଆଶ୍ରମକୁ ବହୁତ ବଢ଼ବଢ଼ିଆ ଲୋକ ଯାଆସ କରନ୍ତି ବୋଲି କେୟାର ଟେକର କହିଛନ୍ତି । ନିରଞ୍ଜନ ସେଠୀଙ୍କୁ ୨/୩ ଥର ଆଶ୍ରମରେ ଦେଖିଛି ବୋଲି ସେ କହିଥିବା ଭିଡିଓରେ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.