fbpx

“ମୁଁ ରୋହିତ ଶର୍ମାଙ୍କୁ ଏକ ସୁନାର World Cup Trophy ଉପହାର ଦେବାକୁ ଚାହେଁ”

AAKASH

ଓଡିଶା ଭାସ୍କର; ଚଳିତ ଦିନିକିଆ ବିଶ୍ୱକପର ୧୨ତମ ମ୍ୟାଚରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଅନେକ ରେକର୍ଡ ସ୍ଥାପନ କରିଛି । ବିଶ୍ୱକପରେ ଭାରତ ପୂର୍ବରୁ ୭ ଥର ଜିତିଥିବା ବେଳେ ଏବେ ଉକ୍ତ ରେକର୍ଡ ୮-୦ରେ କାଏମ୍ ରହିଛି । ଏହି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ହୋଇଥିବା ବେଳେ ଭାରତ ମାଟିରେ ଆଣ୍ଠେଇ ପଡିଥିଲା ପାକିସ୍ତାନ ଦଳ । ଶେଷରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପରାଜୟ ହୋଇଛି ବାବର ସେନା । ତେବେ ଗତକାଲି ଏହି ମ୍ୟାଚ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏକ ଖବରକୁ ନେଇ ଏବେ ବି ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି ।

ଗୁଜୁରାଟର ରୂଫ ସେକ୍ ନାମକ ଜଣେ ସୁନା ଦୋକାନର ମାଲିକ ରୋହିତ ଶର୍ମାଙ୍କ ପାଇଁ ଏକ ପୁରସ୍କାର ପ୍ରସ୍ତୁତ କରିଛନ୍ତି । ଯାହାକୁ ନେଇ ସେ (ANI) ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ଏହି ପୁରସ୍କାର ଘୋଷଣା କରିଛନ୍ତି । ବ୍ୟବସାୟୀ ଜଣଙ୍କ ୯୦୦ ଗ୍ରାମ ଓଜନର ଏକ ଛୋଟିଆ ସୁନା Cricket World Cup Trophy ପ୍ରସ୍ତୁତ କରିଛନ୍ତି । ଗତକାଲି ଅନୁଷ୍ଠିତ ହୋଇଥିବା ଭାରତ ପାକିସ୍ତାନ-ମ୍ୟାଚ ପରେ ସେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଉପହାର ଦେବା ପାଇଁ ଘୋଷଣା କରିଥିଲେ । ସେ କହିଥିଲେ ମୁଁ ରୋହିତ ଶର୍ମାଙ୍କୁ ଏହି ଟ୍ରଫିଟିକୁ ପ୍ରଦାନ କରିବାକୁ ଚାହେଁ । ଯଦି ମ୍ୟାଚ ସରିବା ପରେ ମୁଁ ସୁଯୋଗ ପାଏ ତାହେଲେ ନିଶ୍ଚୟ ମୁଁ ଏହି ଟ୍ରଫିଟିକୁ ରୋହିତ ଶର୍ମାଙ୍କୁ ଦେବି । ତେବେ ଗତକାଲି ଏହି ମ୍ୟାଚ ଶେଷ ହୋଇଯାଇଥିବା ବେଳେ ସେ ଉପହାର ପ୍ରଦାନ କରିବାକୁ ସୁଯୋଗ ପାଇନଥିବା କୁହାଯାଉଛି । ସୁନାରେ ନିର୍ମିତ ଏହି ଟ୍ରଫି ସୁନ୍ଦର ଭାବେ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳୁଛି । ସୂଚନା ପ୍ରକାଶ ଯେ, ଗତକାଲି ଟ୍ରଫିର ଭିଡିଓ ଓ ଉପହାର ପ୍ରଦାନକାରୀଙ୍କ ପ୍ରତିକ୍ରିୟା ANI ପ୍ରକାଶରେ ପାଇଥିଲା ।

Get real time updates directly on you device, subscribe now.