fbpx
BSKY
BJD MC SKY
BJD YOUTH SKY

(Video) ଫଳ, ମୂଳ ନୁହେଁ ଶେଉଳ ମାଛରେ ମା’ଙ୍କ ମନ; ମାନସିକ ପୂରଣ ହେଲେ ଲାଗି ହୁଏ ଶେଉଳ ଝୋଳ….

ଓଡ଼ିଶା ଭାସ୍କର: ଗୋରା ତକ ତକ ଚେହେରା , କଳା ଘୁମର କେଶ,ଉଜ୍ଜଳମୟ ଆଖି । ଦେହରେ ରହିଛି ଧଳା ଆଉ ନାଲି ରଙ୍ଗର ଶାଢୀ ଆଉ ମଥାରେ ଏକ ବଡ଼ ସିନ୍ଦୁର ଟୋପା । ଦେହରୁ ବାହାରୁଛି ତେଜ । ଯାହାଙ୍କୁ ଦେଖିଲେ ଘଡ଼ିଏ ଅଟକି ଯାଇ ମନ ଭରି ଦେତ୍କାବୁକ ମନ ହେବ । ତେବେ କିଏ ଏହି କୁଆଁରୀ ଝିଅ କେଉଁଠି ତାର ଘର , ସେ ଏଠି କଣ କରୁଛି ,କେଉଁଠି ରହୁଛି । ଏମିତି ଅନେକ ପ୍ରଶ୍ନ ଏଠାକାର ସ୍ଥାନୀୟ ବାସୀଙ୍କ ମନରେ ସେତେବେଳେ ଆସିଥିଲା ଯେତେବେଳେ ଝିଅ ଜଣଙ୍କ କାହା ସମା୍‌ନାକୁ ଚାଲି ଆସୁଥିଲା । ଆଉ ଦିନେ ବ୍ରରହ୍ମପୁର ଜଣେ ଲୁଗାବେପାରୀକୁ ଅଟକାଇ ଲୁଗାପେଡିରୁ ନିଜପସନ୍ଦର ନାଲିଶାଢ଼ୀ କିଣିସାରି , ଟଙ୍କାମାଗିବାରୁ ଲୁଗା ବେପାରୀକୁ ପୁରୀରାମ ଚନ୍ଦ୍ରଦେବଙ୍କ ଠାରୁ ଟଙ୍କାନେବା ପାଇଁ କହିଥିଲା,ରାଜାରାମଚନ୍ଦ୍ର ଦେବ କାହିଁକି ବେପାରୀକୁ ବିଶ୍ୱାସ କରିଟଙ୍କା ଦେଲେ, କଣ ରହିଛି ଦୃଢ ରହସ୍ୟ, କଣ ରହିଛି ଏହାର ଲୋକକଥା, ଆଉ କଣ କୁହେ କିମ୍ୱଦନ୍ତ୍ରୀ, ଆଉ କିଏ ସେହି କୁଆଁରୀ ଝିଅ, ସେ କାହିଁକି ସବୁବେଳେ ଏକୁଟିଆ ଅଶ୍ୱସ୍ତ ଗଛ ବାଲିବନ୍ତ ଉପରେ ବିତରଣ କରୁଥିଲା , ଆସନ୍ତୁ ଜାଣିବା ବାଲିବନ୍ତର କାହାଣୀ….

୧୫୬୮-୧୬୦୦ ଖିଷ୍ଟାବ୍ଦର କଥା, ଜଣେ କୁଆଁରୀ ଝିଅ, ବ୍ରରହ୍ମପୁରର ଲୁଗାବେପାରୀକୁ ଅଟକାଇ,ନାଲିଶାଢ଼ୀ କିଣି ସାରି ମୂଲ୍ୟ ପୁରି ରାମଚନ୍ଦ୍ର ଦେବଠାରୁ ନେବା ପାଇଁ କହିଲା, ଆଉ ଲୁଗାବେପାରୀ ବିଶ୍ୱାସକରି ପୁରୀରେ ପହଂଚି ରାମଚନ୍ଦ୍ର ଦେବଙ୍କୁ ଶାଢ଼ୀର ମୂଲ୍ୟମାଗିଲେ, ଆଉଗତ ରାତ୍ରିରେ ଦେଖିଥିବା ସ୍ୱପ୍ନ, ଓ ବାସ୍ତବତାର ଘଟଣାଜାଣି ପାଇଁ ବେପାରୀକୁ ମୂଲ୍ୟଦେଇ, ବାଲିବନ୍ତରେ ପହଂଚିଲେ, ଆଉ ଜାଣିବାକୁ ପାଇଲେ ସେ ବାରମ୍ବାର ଦେଖିଥିବା ସ୍ୱପ୍ନ ହେଉଛି ଏହିସ୍ଥାନ, ଅନେକ ସମୟରେ ଅଶ୍ୱସ୍ତଗଛ ମୂଳରେ ପ୍ରତେକ ସମୟରେ କୁଆଁରି ଝିଅବୁଲୁଥିବା କଥା ଜାଣିବାକୁ ପାଇଲେ, ରାଜା ସଙ୍ଗେ ସଙ୍ଗେ ପ୍ରଥମ ରାମଚନ୍ଦ୍ର ଦେବ, ଅଶସ୍ତଗଛ ମୂଳରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭକଲେ, ଖାଲିଲୁଗା ବେପାରୀ ନୁହେଁ, ଶଙ୍ଖା ବେପାରୀଠାରୁ ମଧ୍ୟ ଶଙ୍ଖାପିନ୍ଧିବାର କଥାରହିଛି, ସେବେ ଠାରୁ ବାଲିବନ୍ତର କୁଆଁରୀ ଝିଅର କାହାଣୀ ଓ କିମ୍ବଦନ୍ତୀର କଥା ପ୍ରଚଳିତ ହୋଇଆସୁଛି, ରାଜା ପ୍ରଥମ ରାମଚନ୍ଦ୍ର ଦେବଙ୍କ ଅମଳରେ ବାଲିହରାଚଣ୍ଡୀଙ୍କ ମନ୍ଦିର ନିର୍ମାଣ ହୋଇଥିଲା,ସେହିଦିନ ବାଲିବନ୍ତ ଉପରେ ପୂଜାପାଉଛନ୍ତି ମା ବାଲିହରଚଣ୍ଡୀ, ସବୁଜିମା ବନାନୀ ସମୁଦ୍ର ତଟରେ ମାବାଲିହରଚଣ୍ଡୀ ଆବ୍ରିଭାବ, ବନ୍ୟା ବାତ୍ୟା ବିପଦସମୟରେ ସମୁଦ୍ରକୁଆଳିଆ ଗାଁ କୁ ରକ୍ଷାକରିଥାନ୍ତି ମା ବାଲିହରଚଣ୍ଡୀ, ଏବେବି ପ୍ରତେକ୍ଷରେ ମା ବିପଦ ଆପଦରେ ମାଙ୍କ ଅଗ୍ନିପିଣ୍ଡୁଳା, ଦେଖି ଥିବା କୁହନ୍ତି ପ୍ରତେଖଦର୍ଶୀ, ସମୁଦ୍ର ମୁହାଁଣ ଜାତୟତ କରୁଥିବାର ଆଜିବି ବିଶ୍ୱାସ ରହିଛି, ମାଙ୍କର ସମସ୍ତ ରତିକାନ୍ତି ପରେ ପ୍ରତେକ ଦିନ ମହାପ୍ରଭୂ ଜଗନ୍ନାଥଙ୍କ ମନ୍ଦିରରୁ ମାଳ ଓ ମହାପ୍ରସାଦ ମାଙ୍କ ପାଖରେ ଲାଗିହେବାର ପରମ୍ପରା ମଧ୍ୟ ଏଠାରେ ରହିଛି,ସବୁଜିମା ମଧ୍ୟଭାଗରେ ଉଚ୍ଚ ବାଲିବନ୍ତ ଉପରେ ପୂଜା ପାଉଛନ୍ତି ମା’ ବାଲିହରଚଣ୍ଡି ।

ପୁରୀ ଠାରୁ ବାଲିହରଚଣ୍ଡି ଭାୟା ବ୍ରହ୍ମଗିରି ଦେଇ ମାତ୍ର ୨୫ କିଲୋମିଟର ଯାତ୍ରା କଲେ ପଡିଥାଏ ଏକ ଘଞ୍ଚ ଜଙ୍ଗଲ । ଐତିହ ସମ୍ପୁଣ୍ଣ ପୂରାତନ କ୍ରିତୀରାଜୀ ବିଶିଷ୍ଠ ଆରାଧ୍ୟ ଓ ବିଶ୍ୱାସର ପ୍ରାଣବିନ୍ଦୁ ମା’ ବାଲିହରଚଣ୍ଡି ଘଞ୍ଚ ଜଙ୍ଗଲ ର ମଧ୍ୟଭାଗର ବାଲିବନ୍ତରେ ପୂଜା ପାଉଛନ୍ତି । ମାଙ୍କୁ ଦର୍ଶନ କରିବା ସହ ବଣଭୋଜି ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡଲାଗୁଛି । ପର୍ଯ୍ୟଟକଙ୍କ ମନ ମୋହୁଛି ବାଲାହରଚଣ୍ଡୀ ପୀଠ । ପୀଠରେ ଆକର୍ଷଣ ସାଜିଛି ବଣଭୋଜି ର ମଜା । ଭୋର ୫ଟାରେ ମା’ ଙ୍କ ଦ୍ୱାର ଫିଟିବା ପରେ ସକାଳ ଧୂପ ନୀତି ପରେ ସାହଣ ମେଲା ଦର୍ଶନ ହୋଇଥାଏ । ୧୨.୩୦ ରେ ମଧ୍ୟାହ୍ନ ଧୂପ ନୀତରେ ମା’ ଙ୍କ ପ୍ରିୟ ମାଛ ପୋଡିବଳୀ,ଅନ୍ନ,ଡାଲି, ମାଛ ଛିଞ୍ଚଡା ବା ଘାଣ୍ଟ ଓ ଖିରି ଭୋଗ ହୋଇଥାଏ । ମା’ଙ୍କ ପ୍ରିୟ ଆମିଷ ଭୋଗ ହୋଇଥିବା ବେଳେ ମା’ ଙ୍କ ପାଖକୁ ଆସୁଥିବା ପର୍ଯ୍ୟଟକମାନେ ବଣଭୋଜିରେ ଆମିଷ ରାନ୍ଧିଥାନ୍ତି ।ଏବେ ଆସୀନ ମାସ ଚାଲିଥିବାରୁ ଏବେ ମାଙ୍କପାଖରେ ଆରମ୍ଭ ହୋଇଛି ଷୋଳପୂଜା ନୀତି, ସୋନ୍ତ୍ରନୀତି କାନ୍ତି ମାଙ୍କୁ ପୂଜା ଅର୍ଚ୍ଚନା କରାଯାଉଛି,ଏପଟେ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ ସୈାନ୍ଦର୍ଯ୍ୟକୁ ଦୁଇଗୁଣା ବୃଦ୍ଧି କରୁଛି । ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି ସତ,କିନ୍ତୁ ପର୍ଯ୍ୟଟଙ୍କ ପାଇଁ ମୈାଳିକ ସୁବିଧା ସୁଯୋଗ ନଥିବା ଯୋଗୁ ପର୍ଯ୍ୟଟକ ନାନା ସମସ୍ୟା ଭୋଗୁଛନ୍ତି ।

Get real time updates directly on you device, subscribe now.