fbpx
BSKY
BJD MC SKY
BJD MS SKY

Big Breaking ନିର୍ବାଚନ ଲଢିବେନି ନରସିଂହ ମିଶ୍ର: ଆଗାମୀ ନିର୍ବାଚନକୁ ନେଇ ସ୍ପଷ୍ଟ କଲେ ମାନସିକତା

ଭୁବନେଶ୍ୱର: ୨୦୨୪ ନିର୍ବାଚନକୁ ନେଇ ଏବେ ସମସ୍ତ ଦଳ ଉପଯୁକ୍ତ ପ୍ରାର୍ଥି ଖୋଜିବାରେ ଲାଗିଛନ୍ତି । ଏହା ମଧ୍ୟରେ କଂଗ୍ରେସର ଜଣେ ଟାଣୁଆ ନେତୋ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୪ ନିର୍ବାଚନରେ ଲଢିବା ପାଇଁ ସ୍ପଷ୍ଟ ମନା କରି ଦେଇଛନ୍ତି ନରସିଂହ ମିଶ୍ର । ବୟସ ଅଧିକ ହେଉଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୋତେ ୮୩ ବର୍ଷ ବୟସ ହେଲାଣି, ଆଉ ନିର୍ବାଚନ ଲଢିବି ନାହିଁ । ତେବେ ମାନସିକ ସ୍ତରରେ ସେ ଏପରି ନିଷ୍ପତ୍ତି ନେଇଥିବା ବେଳେ ଶେଷ ନିଷ୍ପତ୍ତି ଦଳ ଉପରେ ନ୍ୟସ୍ତ କରିଛନ୍ତି । ତାଙ୍କର ନିର୍ବାଚନ ଲଢିବା ନେଇ ଫାଇନାଲ ନିଷ୍ପତ୍ତି ଦଳ ନେବ ବୋଲି ଆଶା ରଖିଛନ୍ତି ନରସିଂହ ମିଶ୍ର ।

ତେବେ ଏହାପରେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି କଂଗ୍ରେସର ଏହି ଟାଣୁଆ ନେତା । ସାନପୁଅ ସମରେନ୍ଦ୍ର ମିଶ୍ରଙ୍କୁ ନିର୍ବାଚନର ଏକ ନୂଆ ମୁହଁ କରି ଦଳରେ ଭର୍ତ୍ତି କରିବେ ନରସିଂହ । ସମରେନ୍ଦ୍ର ବଲାଙ୍ଗୀରରୁ ପ୍ରାର୍ଥି ହୋଇ ନିର୍ବାଚନ ଲଢିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ସମରେନ୍ଦ୍ର ପ୍ରାର୍ଥି ହେବା ଆପାତତଃ ସ୍ଥିର ହୋଇଥିବା ବେଳେ ଏହାକୁ ନେଇ କୌଣସି ଫାଇନାଲ ହୋଇନାହିଁ । ତେବେ ଯଦି ସମରେନ୍ଦ୍ର ପ୍ରାର୍ଥି ହୁଅନ୍ତି, ତେବେ ସେ କଂଗ୍ରେସରୁ ହିଁ ଲଢିବେ ବୋଲି କହିଛନ୍ତି ନରସିଂହ । ଅନ୍ୟ କୌଣସି ଦଳରୁ ଲଢିବା ନେଇ ପ୍ରଶ୍ନ ଉଠୁନି ବୋଲି ନରସିଂହ ମିଶ୍ର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.