fbpx

(video)ବାପ୍‌ରେ କି ଭୟଙ୍କର ! ଉଡନ୍ତା ପକ୍ଷୀର ଶିକାର କଲା କୁମ୍ଭୀର

ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟଜନକ ଭିଡିଓସବୁ ଦେଖିବାକୁ ମିଳିଥାଏ । କିଛି ଭିଡିଓରୁ ଆପଣଙ୍କୁ କିଛି ଶିଖିବାକୁ ମିଳିଥାଏ ତ ଆଉ କିଛି ଭିଡିଓ ଦେଖି ଆପଣଙ୍କ ମୁଣ୍ଡ ଚକ୍କର ଖାଇ ଯାଇଥାଏ । ଏପରି ଏକ ଚକ୍କର ଖାଇଯିବା ପରି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛିି । ଭାଇରାଲ୍ ହେଉଥିବା ଭିଡିଓରେ ଏକ ବିରାଟକାୟ କୁମ୍ଭୀର ଉଡୁଥିବା ଏକ ପକ୍ଷୀର ଶିକାର କରୁଥିବାର ଦେଖିବାକୁ ମିଳୁଛି ।

ପ୍ରଥମେ ଦେଖିବାକୁ ମିଳୁଛି କୁମ୍ଭୀରଟି ପାଣିରୁ ବାହାରି ମରି ଯାଇଥିବା ପ୍ରାଣୀ ପରି ଏକ ପଥର ଉପରେ ପଡି ରହିଛି । ଏହି ସମୟରେ ଏକ ପକ୍ଷୀ ଉଡିଯାଉଥିବା ଅବସ୍ଥାରେ ଅଜାଣତରେ ଟିକେ ତଳକୁ ଖସି ଆସିଛି । କୁମ୍ଭୀରର ନଜର ଯେତେବେଳେ ଏହି ପକ୍ଷୀ ଉପରେ ପଡିଯାଇଛି ସେତେବେଳେ ସେ ବିଜୁଳି ବେଗରେ ପକ୍ଷୀ ଉପରକୁ ଝାମ୍ପ ମାରି ତାର ବେକକୁ ଧରି ଦେଇଛି । ଏହାପରେ ସେ ତାକୁ ପାଣିକୁ ନେଇ ଚାଲିଯାଇଛି । ତେବେ ଭିଡିଓଟି କେଉଁ ଏକ ଜଙ୍ଗଲ ଅଞ୍ଚଳର ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.